ହୀରାକୁଦ ଓ ସମତା ଏକ୍ସପ୍ରେସ ଦୁଇଦିନ ପାଇଁ ବାତିଲ୍‌

ଉତ୍ତର ରେଳପଥ ପରିସୀମା ମଧ୍ୟରେ ଆଧୁନିକୀକରଣ କାର୍ଯ୍ୟ

ଭୁବନେଶ୍ବର: ଉତ୍ତର ରେଳପଥର ତୁଗଲକାବାଦ ଓ ପଲୱଲ ରେଳ ସେକ୍ସନ ମଧ୍ୟ ବଲ୍ଲଭଗଡ଼ ଷ୍ଟେସନ୍‌ଠାରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡ଼ୁଥିବା କେତେକ ଟ୍ରେନକୁ ବାତିଲ ଓ ମାର୍ଗ ପରିବର୍ତ୍ତନ କରାଯିବ। ବାତିଲ ହେଉଥିବା ଟ୍ରେନଗୁଡ଼ିକ ହେଲା, ବିଶାଖାପାଟଣା-ଅମୃତସର-ବିଶାଖାପାଟଣା ହୀରାକୁଦ ଏକ୍ସପ୍ରେସ(୧୮୫୦୭/୧୮୫୦୮) ବିଶାଖାପାଟଣାଠାରୁ ସେପ୍ଟେମ୍ବର ୫ ଓ ୬, ଅମୃତସରଠାରୁ ସେପ୍ଟେମ୍ବର ୮ ଓ ୧୧ ତାରିଖ ଦିନ ବାତିଲ ରହିବ। ବିଶାଖାପାଟଣା-ହଜରତ ନିଜାମୁଦ୍ଦିନ-ବିଶାଖାପାଟଣା ସମତା ଏକ୍ସପ୍ରେସ(୧୨୮୦୭/୧୨୮୦୮) ବିଶାଖାପାଟଣାରୁ ସେପ୍ଟେମ୍ବର ୪ ଓ ୫ ଏବଂ ହଜରତ ନିଜାମୁଦ୍ଦିନଠାରୁ ସେପ୍ଟେମ୍ବର ୬ ଓ ୭ ପାଇଁ ବାତିଲ କରାଯାଇଛି। ସମ୍ବଲପୁର-ରାଇଗଡ଼-ସମ୍ବଲପୁର ସ୍ୱତନ୍ତ୍ର ଲିଙ୍କ ଟ୍ରେନ(୦୧୪୦୯/୦୨୪୧୦) ସମ୍ବଲପୁରରୁ ସେପ୍ଟେମ୍ବର ୭ ଓ ରାଇଗଡ଼ରୁ ସେପ୍ଟେମ୍ବର ୮ ତାରିଖ ଦିନ ବାତିଲ ରହିବ। ବିଶାଖାପାଟଣା-ନୂଆଦିଲ୍ଲୀ-ବିଶାଖାପାଟଣା ଏପି ଏକ୍ସପ୍ରେସ(୨୨୪୧୫/୨୨୪୧୬) ବିଶାଖାପାଟଣାଠାରୁ ସେପ୍ଟେମ୍ବର ୬ ଓ ନୂଆଦିଲ୍ଲୀଠାରୁ ସେପ୍ଟେମ୍ବର ୮ ତାରିଖ ଦିନ ବାତିଲ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ପୁରୀ-ହରିଦ୍ୱାର-ପୁରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ(୧୮୪୭୭/୧୮୪୭୮) ପୁରୀଠାରୁ ସେପ୍ଟେମ୍ବର ୨ ତାରିଖକୁ ଛାଡ଼ି ସେପ୍ଟେମ୍ବର ପହିଲାରୁ ୬ ତାରିଖ ପର୍ଯ୍ୟନ୍ତ ଓ ହରିଦ୍ୱାରଠାରୁ ସେପ୍ଟେମ୍ବର ୬ରୁ ୮ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ପରିବର୍ତ୍ତିତ (ଭାୟା ଆଗ୍ରା କ୍ୟାଣ୍ଟ-ମିତାୱIଲି-ଖୁରଜା-ମିରଟ ସିଟି-ତାପ୍ରି ଷ୍ଟେସନ) ମାର୍ଗରେ ଚଳାଚଳ କରିବ। ଏହି ଦିନଗୁଡ଼ିକରେ ମଥୁରା ଓ ନିଜାମୁଦ୍ଦିନ ଷ୍ଟେସନ୍‌ ମାର୍ଗ ଦେଇ ଚଳାଚଳ କରିବ ନାହିଁ।

ସମ୍ବନ୍ଧିତ ଖବର