ସମ୍ବଲପୁର: ଆସନ୍ତା ୮ ତାରିଖରେ ହୀରାକୁଦ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯିବ। ପ୍ରତି ବର୍ଷ ଶୀତ ଋତୁରେ ଲକ୍ଷାଧିକ ବିଦେଶୀ ପକ୍ଷୀ ଏହି ବିସ୍ତୀର୍ଣ୍ଣ ଜଳଭଣ୍ଡାର ଓ ଆଖପାଖ ଅଞ୍ଚଳକୁ ଆସୁଛନ୍ତି। ଚଳିତ ବର୍ଷ ମଧ୍ୟ ବହୁ ସଂଖ୍ୟକ ବିଦେଶୀ ପକ୍ଷୀ ଆସିଛନ୍ତି। ଏଥି ସହ ଅନେକ ଦେଶୀୟ ଓ ସ୍ଥାନୀୟ ପକ୍ଷୀଙ୍କ ବି ମେଳା ଲାଗିଛି।

Advertisment

ଏଥର ଜାନୁଆରି ୮ ତାରିଖରେ ହୀରାକୁଦ ଜଳଭଣ୍ଡାର, ପାୱାର୍‌ ଚାନେଲ୍, ଆଖପାଖ ଜଳାଶୟ ଗୁଡ଼ିକରେ ପକ୍ଷୀ ଗଣନା କରାଯିବ। ସମ୍ବଲପୁର, ବରଗଡ଼ ଓ ଝାରସୁଗୁଡ଼ା ଆଦି ୩ଟି ଜିଲ୍ଲାରେ ବ୍ୟାପିଥିବା ଏହି ସମସ୍ତ ଅଞ୍ଚଳକୁ ୧୫ଟି ସେକ୍ଟର୍‌ରେ ଭାଗ କରାଯାଇଛି। ଏହି ୧୫ ସେକ୍ଟର୍‌ରେ ପକ୍ଷୀ ଗଣନା ପାଇଁ ୬୦ ଜଣ ବିଶେଷଜ୍ଞ ଏବଂ ୧୦ ଜଣ ଅଧିକାରୀ ନିୟୋଜିତ ହେବେ ବୋଲି ହୀରାକୁଦ ବନ୍ୟପ୍ରାଣୀ ଡିଏଫ୍‌ଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି।