ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର: ପ୍ରବେଶ କରୁଛି ୨ ଲକ୍ଷ ୩୪ ହଜାର ୭୩୫ କ୍ୟୁସେକ ଜଳ

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବାରୁ ହୀରାକୁଦ ଜଳଭଣ୍ଡାରକୁ ବର୍ଷା ଜଳ ପ୍ରବେଶ କରୁଛି। ଫଳରେ ଡ୍ୟାମ୍‌ରେ ଜଳସ୍ତର ବଢୁଛି। ରାତି ୯ଟା ସୁଦ୍ଧା ଜଳସ୍ତର ୬୧୯.୯୩ ଫୁଟ ରହିଛି। ଡ୍ୟାମ୍‌ର ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ବର୍ତ୍ତମାନ ୨ ଲକ୍ଷ ୩୪ ହଜାର ୭୩୫ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ଡ୍ୟାମ୍‌ରୁ ୧୫ ହଜାର ୪୫୧ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ସମ୍ବନ୍ଧିତ ଖବର