ହୀରାକୁଦ ଭରିବାକୁ ଆଉ ୪ ଇଞ୍ଚ ବାକି, ଶୁକ୍ରବାର ଗେଟ୍‌ ଖୋଲା ନଗଲେ ରାତି ସୁଦ୍ଧା ଜଳଭଣ୍ଡାର ଭରିଯିବା ସମ୍ଭାବନା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଭରିବାକୁ ଆଉ ୪ ଇଞ୍ଚ ବାକି ଅଛି। ହୀରାକୁଦର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିଲାବେଳେ ଗୁରୁବାର ରାତି ୯ଟା ‌ସୁଦ୍ଧା ଏହା ୬୨୯.୬୭ ଫୁଟ୍ ଅର୍ଥାତ ୬୨୯ ଫୁଟ୍ ୮ ଇଞ୍ଚରେ ପହଞ୍ଚିଛି। ଶୁକ୍ରବାର ଗେଟ୍‌ ଖୋଲା ନଗଲେ ରାତି ସୁଦ୍ଧା ଜଳଭଣ୍ଡାର ଭରିଯିବା ସମ୍ଭାବନା ରହିଛି। କିନ୍ତୁ ଅକ୍ଟୋବର ୧ ତାରିଖ ସୁଦ୍ଧା ଜଳସ୍ତର ୬୨୯.୫୦ରୁ ୬୩୦ ଫୁଟ୍ ମଧ୍ୟରେ ରଖିବା ନିୟମ ଥିବାରୁ ଜଳପ୍ରବେଶ ପରିମାଣ ଅଧିକ ରହିଲେ ଶୁକ୍ରବାର ଗେଟ୍‌ ଖୋଲି ଜଳ ପ୍ରବେଶ ଓ ନିଷ୍କାସନ ସନ୍ତୁଳିତ ରଖିବା ସମ୍ଭାବନା ରହିଛି। ଗୁରୁବାର ରାତି ୯ଟା ବେଳକୁ ଜଳଭଣ୍ଡାର ମଧ୍ୟକୁ ୬୬,୦୫୮ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨୧,୫୮୬ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୩.୫୨ ମିଲିମିଟର ଓ ତଳ ମୁଣ୍ଡରେ ୩.୯୪ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର