ହୀରାକୁଦର ୧୦ ଗେଟ୍ ଖୋଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ପାଣି ଏହାର ସର୍ବୋଚ୍ଚ ସ୍ତର ୬୩୦ ଫୁଟ୍‌ରେ ଥିବାବେଳେ ଯେତିକି ପାଣି ଆସୁଛି, ସେତିକି ନିଷ୍କାସନ କରାଯାଉଛି। ମୋଟ ୧୦ଟି ସ୍ଲୁଇସ୍‌ ଗେଟ୍ ଦେଇ ମହାନଦୀକୁ ପାଣି ନିଷ୍କାସିତ ହେଉଛି। ଶୁକ୍ରବାର ସକାଳ ୮ଟାରୁ ୯ଟା ମଧ୍ୟରେ ଏହି ତିନିଟି ଗେଟ୍ ଖୋଲା ଯାଇଥିଲା। ରାତି ୯ଟା ବେଳକୁ ଜଳସ୍ତର ୬୩୦ ଫୁଟ୍ ଥିଲା। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ୧,୮୬,୧୩୨ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ବେଲଗାଁଠାରେ ୧୧,୬୦୦ କ୍ୟୁସେକ୍‌, ପଥର୍ଲାଠାରେ ୩୩,୮୪୨ କ୍ୟୁସେକ୍‌, ଖଇରମାଳରେ ୨,୧୦,୦୦୦ କ୍ୟୁସେକ୍‌, ବରମୂଳରେ ୯୨,୨୫୦ କ୍ୟୁସେକ୍‌, ମୁଣ୍ଡଳିରେ ୯୦,୦୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା।

ସମ୍ବନ୍ଧିତ ଖବର