ହୀରାକୁଦ ଜଳସ୍ତର ୬୩୦ ଫୁଟ୍, ୧ ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ‌େର ୬୩୦ ଫୁଟ୍‌ର ଜଳସ୍ତର ବଜାୟ ରହିଛି। ଆସୁଥିବା ଅତିରିକ୍ତ ଜଳକୁ ଗୋଟିଏ ଗେଟ୍ ଜରିଆରେ ମହାନଦୀକୁ ନିଷ୍କାସନ କରାଯାଉଛି। ଗୁରୁବାର ରାତି ୯ଟା ବେଳେ ଜଳସ୍ତର ୬୩୦ ଫୁଟ୍‌ ଥିଲା। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୩୮,୪୦୦ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସେହି ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ବାମ ସ୍ପିଲ୍‌ୱେର ଗୋଟିଏ ସ୍ଲୁଇସ୍ ଗେଟ୍‌ ଦେଇ ୧୬,୪୪୦ କ୍ୟୁସେକ୍‌ ପାଣି ମହାନଦୀକୁ ଛଡ଼ା ଯାଉଥିଲା। ସେହିପରି ପାୱାର ଚାନେଲ ଦେଇ ୧୭,୬୪୪ କ୍ୟୁସେକ୍‌, ବିଭିନ୍ନ କେନାଲ ଦେଇ ୪,୧୧୬ କ୍ୟୁସେକ୍‌, ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର