ହୀରାକୁଦରେ ବନ୍ଦ ହେଲା ଆଉ ଗୋଟିଏ ଗେଟ

ସମ୍ବଲପୁର : ଜଳଭଣ୍ଡାରକୁ ଲଗାତାର ଜଳ‌ ପ୍ରବେଶ ପରିମାଣ କମିବା ପରେ ଗୁରୁବାର ହୀରାକୁଦ ଡ୍ୟାମ୍‌ର ଆଉ ଗୋଟିଏ ଗେଟ୍ ବନ୍ଦ କରାଯାଇଛି। ବୁଧବାର ୪ଟି ସ୍ଲୁଇସ୍‌ ଗେଟରୁ ୨ଟିକୁ ବନ୍ଦ କରାଯିବା ପରେ ୨ଟି ଗେଟ୍‌ ଖୋଲା ରହିଥିଲା। ଗୁରୁବାର ସକାଳ ୯ଟା ମଧ୍ୟରେ ଆଉ ଏକ ଗେଟ ମଧ୍ୟ ବନ୍ଦ କରାଯାଇଛି। ଏବେ ବାମ ସ୍ପିଲୱେ’ର କେବଳ ଗୋଟିଏ ସ୍ଲୁଇସ୍‌ ଗେଟ୍‌ ଖୋଲା ରହିଛି। ଗୁରୁବାର ରାତି ୯ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୧୯.୫୨ ଫୁଟ୍‌ ରହିଛି। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ୪୭ ହଜାର ୫୩୮ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗରେ ୩୮ ହଜାର ୦୦୩ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ରାତି ୯ଟା ସୁଦ୍ଧା ମହାନଦୀ ତଳ ମୁଣ୍ଡରେ ବେଲଗାଁଠାରେ ୨୧, ୦୦୦ କ୍ୟୁସେକ, ପଥର୍ଲାଠାରେ ୫୨,୨୮୨ କ୍ୟୁସେକ୍‌, ଖଇରମାଳଠାରେ ୧ ଲକ୍ଷ ୩୪ ହଜାର କ୍ୟୁସେକ୍‌, ବରମୂଳଠାରେ ୧, ୩୨, ୨୫୦ କ୍ୟୁସେକ ଓ ମୁଣ୍ଡଳିଠାରେ ୧,୮୩,୦୭୯ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ଓ ତଳ ମୁଣ୍ଡରେ ଆଦୌ ବର୍ଷା ହୋଇନଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର