ହୀରାକୁଦ ନଦୀବନ୍ଧ ଦ୍ୱାରା ବହୁ ବିସ୍ଥାପିତ ସରକାରୀ କ୍ଷତିପୂରଣ ପାଇବାରୁ ବଞ୍ଚିତ

ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧ ନିର୍ମାଣ ହେବାର ପ୍ରାୟ ୬୦ ବର୍ଷ ବିତିଲାଣି। ଏହି ନଦୀବନ୍ଧ ନିର୍ମାଣ ଯୋଗୁଁ ବହୁସଂଖ୍ୟକ ଲୋକ ବିସ୍ଥାପିତ ହୋଇଛନ୍ତି। ଅନେକ ମାମଲା ହୋଇଛି। ଅନେକ ବିସ୍ଥାପିତ ପାଇଛନ୍ତି ସରକାରୀ କ୍ଷତିପୂରଣ। ଏହା ସତ୍ତ୍ୱେ ଏବେ ବି ଶହ ଶହ ବିସ୍ଥାପିତ ସରକାରୀ ଘୋଷିତ କ୍ଷତିପୂରଣ ଅର୍ଥ ପାଇବାରୁ ବଞ୍ଚିତ। ଏ ନେଇ ଆଜି ବିଜେଡି ବିଧାୟକ ମହେଶ ସାହୁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଶ୍ରୀ ସାହୁଙ୍କ କହିବାନୁଯାୟୀ ତାଙ୍କ ନିର୍ବାଚନମଣ୍ଡଳୀରେ ଏବେ ବି ଶହ ଶହ ବିସ୍ଥାପିତ ଲୋକ ଅଛନ୍ତିି। ଯେଉଁମାନେ ମାମଲା ଦାଏର କରିଛନ୍ତି, ସେମାନଙ୍କୁ ୧.୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିଛି। ଯେଉଁମାେନେ ମାମଲା କରିବାକୁ ଅସମର୍ଥ, ସେମାନଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଯୋଗାଇଦେବା ପାଇଁ ଗତ ୨୦୧୦ ଜୁଲାଇ ମାସ ୯ ତାରିଖରେ ସରକାର ଘୋଷଣା କରିଥିଲେ। ତଥାପି ଏହା କାର୍ଯ୍ୟକାରୀ ହେଲାନାହିଁ ଅଭିଯୋଗ କରି ସରକାରଙ୍କୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟକ ଶ୍ରୀ ସାହୁ ଅନୁରୋଧ କରିଥିଲେ। ବିଧାୟକଙ୍କ ଅଭିଯୋଗ ନେଇ ପଦକ୍ଷେପ ନେବାକୁ ବାଚସ୍ପତି ପ୍ରଦୀପ ଅମାତ ସରକାରଙ୍କୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର