ହୀରାକୁଦ ଜଳସ୍ତର ୬୨୬ ନିକଟତର, ୧୨ ଗେଟ୍‌ ଖୋଲିଲା

ସମ୍ବଲପୁର : ହୀରାକୁଦକୁ ଜଳ ପ୍ରବେଶ ବୃଦ୍ଧି ଓ ଜଳଭଣ୍ଡାରର ଜଳସ୍ତର କ୍ରମାଗତଭାବେ ବଢ଼ିବା କାରଣରୁ ଗୁରୁବାର ପର୍ଯ୍ୟାୟ କ୍ରମେ ବନ୍ଧର ୧୦ଟି ସ୍ଲୁଇସ୍‌ ଗେଟ୍‌ ଖୋଲା ଯାଇଛି। ଫଳରେ ବୁଧବାର ଖୋଲା ଥିବା ୨ଟି ସ୍ଲୁଇସ୍‌କୁ ଗେଟ୍‌କୁ ମିଶାଇ ଗୁରୁବାର ରାତି ୯ଟା ବେଳକୁ ବନ୍ଧର ୧୨ଟି ଗେଟ୍‌ ଖୋଲା ରହିଛି। ଗୁରୁବାର ସକାଳ ୬ଟାରେ ଜଳଭଣ୍ଡାରର ସ୍ତର ୬୨୫.୬୭ ଫୁଟ୍‌ ଥିଲାବେଳେ ସଂଧ୍ୟା ୬ଟା ବେଳକୁ ୬୨୫.୯୩ରେ ପହଞ୍ଚିଥିଲା। ଗୁରୁବାର ରାତି ୯ଟା ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୧,୫୪,୯୪୦ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୮୨,୬୧୨ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ବେଲଗାଁଠାରେ ୪୩,୪୦୦ କ୍ୟୁସେକ୍‌, ପଥର୍ଲାଠାରେ ୯୨,୨୪୭ କ୍ୟୁସେକ୍‌, ଖଇରମାଳରେ ୨,୧୦,୦୦୦ କ୍ୟୁସେକ୍‌, ବରମୂଳରେ ୧,୭୧,୮୭୫ କ୍ୟୁସେକ୍‌, ମୁଣ୍ଡଳିରେ ୨,୫୭,୨୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା।

ସମ୍ବନ୍ଧିତ ଖବର