ହୀରାକୁଦ: ପୁଣି ୩ ଗେଟ୍‌ ବନ୍ଦ ହେଲା, ୪ ଖୋଲା

ସମ୍ବଲପୁର : ଗୁରୁବାର ସକାଳୁ ହୀରାକୁଦ ବନ୍ଧର ୩ଟି ଗେଟ୍ ବନ୍ଦ କରାଯାଇଛି। ବାମ ପାର୍ଶ୍ବ ସ୍ପିଲୱେ’ର ୩ ଓ ଡାହାଣ ପାର୍ଶ୍ବର ଗୋଟିଏକୁ ମିଶାଇ ମୋଟ ୪ଟି ଗେଟ୍‌ ଖୋଲା ରହିଛି। ଗୁରୁବାର ରାତି ୯ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୩.୧୯ ଫୁଟ୍‌ ରହିଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ୯୭,୦୦୮ ଘନ ଫୁଟ୍‌ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୮୫,୯୬୧ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୬.୮୮ ଓ ତଳ ମୁଣ୍ଡରେ ୪.୫୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର