ହୀରାକୁଦରେ ୫ ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳ ୬ଟା ବେଳକୁ ଏହା ୬୨୨.୨୭ ଫୁଟ ଥିଲା। ସମସ୍ତ ଗେଟ୍‌ ବନ୍ଦ ଥିଲା। ତେବେ ସନ୍ଧ୍ୟା ୬ଟା ବେଳକୁ ଜଳସ୍ତର ୬୨୩ ଫୁଟ ଅତିକ୍ରମ କରିବା ପରେ ୩ଟି ଗେଟ ଖୋଲାଯାଇଥିଲା। ପରେ ରାତିରେ ଆହୁରି ୨ଟି ଗେଟ୍‌ ଖୋଲାଯାଇଛି। ସୋମବାର ରାତି ୯ଟା ସୁଦ୍ଧା ଜଳସ୍ତର ୬୨୩.୩୫ ଫୁଟ ରହିଛି। ଡ୍ୟାମ୍‌ ବାମ ପାର୍ଶ୍ବର ୪ଟି ଓ ଡାହାଣ ପାର୍ଶ୍ବର ଗୋଟିଏ ସ୍ଲୁଇସ୍‌ ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ୧ ଲକ୍ଷ ୪୫ ହଜାର ୭୧୮ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ବ‌ାଟ ଦେଇ ୧ ଲକ୍ଷ ୨ ହଜାର ୪୯ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡରେ ବେଲଗାଁଠାରେ ୩୩,୪୦୦ କ୍ୟୁସେକ୍‌, ପଥର୍ଲାଠାରେ ୮୩,୨୮୭ କ୍ୟୁସେକ୍‌, ଖଇରମାଳ ଠାରେ ୧ ଲକ୍ଷ ୭୮ ହଜାର କ୍ୟୁସେକ୍, ବରମୂଳଠାରେ ୧,୩୪,୮୭୫ କ୍ୟୁସେକ ଓ ମୁଣ୍ଡଳିଠ‌ାରେ ୯୦ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର