ହୀରାକୁଦର ୫ଟି ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇବା କାରଣରୁ ମଂଗଳବାର ସନ୍ଧ୍ୟାରେ ଆହୁରି ୩ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ମଂଗଳବାର ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୫.୨୫ ଫୁଟ୍‌ରେ ପହଂଚିଥିବା ବେଳେ ୫ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୭୬,୪୨୫ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ଜଳଭଣ୍ଡାରକୁ ୧,୦୧,୦୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ସର୍ବମୋଟ ୯୧,୫୨୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଏଥିରୁ ପାଓ୍ଵାର ଚାନେଲ ଦେଇ ୧୧,୨୬୫ କ୍ୟୁସେକ, କେନାଲ ଗୁଡ଼ିକରେ ୩୩୬୫ କ୍ୟୁସେକ ପାଣି ଛଡ଼ାଯାଇଥିବା ବେଳେ ୩୫୦ କ୍ୟୁସେକ ପାଣି ଶିଳ୍ପାନୁଷ୍ଠାନକୁ ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ସାଢ଼େ ୮ଟା) ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ୯.୧୫ ମିମି ଓ ତଳ ମୁଣ୍ଡରେ ୫୨.୯୪ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର