ହୀରାକୁଦର ଗୋଟିଏ ଗେଟ୍‌ ଖୋଲା, ଜଳସ୍ତର ୬୨୯.୯୧ ଫୁଟ୍

ସମ୍ବଲପୁର : ଶୁକ୍ରବାର ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣ ହେବା ପରେ ରାତିରେ ୨ଟି ସ୍ଲୁଇସ୍‌ ଗେଟ୍ ଖୋଲା ଯାଇଥିଲା। ଶନିବାର ଦିନ ସାରା ୨ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ ପରେ ଜଳସ୍ତର ସାମାନ୍ୟ ତଳକୁ ଖସିଛି। ଏହାପରେ ଶନିବାର ରାତି ୮ଟାରେ ଗୋଟିଏ ଗେଟ୍‌ ବନ୍ଦ କରିବାକୁ ନିର୍ଦ୍ଦେଶ ଆସିଛି। ଶନିବାର ରାତି ୯ଟା ବେଳକୁ ହୀରାକୁଦ ଜଳସ୍ତର ୬୨୯.୯୧ ଫୁଟ୍‌ ଥିଲାବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୨୪,୯୫୨ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୩୮,୦୩୬ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ତନ୍ମଧ୍ୟରୁ ସ୍ପିଲୱେ ଦେଇ ୧୬,୪୩୪ କ୍ୟୁସେକ୍‌, ପାୱାର ଚାନେଲ ଦେଇ ୧୭,୭୮୭ କ୍ୟୁସେକ୍‌, ବିଭିନ୍ନ କେନାଲ ଦେଇ ୩,୬୪୫ କ୍ୟୁସେକ୍‌, ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ଆଦୌ ବର୍ଷା ହୋଇ ନଥିଲାବେଳେ ତଳ ମୁଣ୍ଡରେ ୦.୨୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର