ହୀରାକୁଦର ୧୮ ଗେଟ୍ ଖୋଲା, ଜଳସ୍ତର ୬୧୯ ଫୁଟ୍‌

ସମ୍ବଲପୁର : ଶନିବାରଠୁ ଖୋଲା ଥିବା ହୀରାକୁଦ ବନ୍ଧର ୧୮ଟି ଯାକ ଗେଟ୍‌ ରବିବାର ଦିନ ତମାମ ବି ଖୋଲା ରହିଥିଲା। ଉକ୍ତ ଗେଟ୍‌ ଦେଇ ଦିନ ସାରା ପ୍ରାୟ ୩ ଲକ୍ଷ କ୍ୟୁସେକ୍‌ ଜଳ ମହାନଦୀକୁ ନିଷ୍କାସିତ ହୋଇଥିଲା। ରବିବାର ରାତି ୯ଟା ବେଳେ ହୀରାକୁଦର ଜଳସ୍ତର ୬୧୯.୪୩ ଫୁଟ୍‌ ଥିଲା। ସେତିକିବେଳେ ଜଳଭଣ୍ଡାରକୁ ୨ ଲକ୍ଷ ୭୮ ହଜାର ୪୩୭ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨ ଲକ୍ଷ ୯୭ ହଜାର ୫୦୩ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧୬.୦୯ ମିଲିମିଟର୍‌ ଓ ତଳ ମୁଣ୍ଡରେ ୧.୨୪ ମିଲିମିଟର୍‌ ବ‌ର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର