ହୀରାକୁଦର ୪ଟି ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ହ୍ରାସ ପାଇବା କାରଣରୁ ଖୋଲାଥିବା ୮ଟି ସ୍ଲୁଇସ୍‌ ଗେଟ୍‌ ମଧ୍ୟରୁ ଶୁକ୍ରବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଗୁରୁବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୧୪.୧୯ଫୁଟ୍‌ ରହିଥିବା ବେଳେ ଶୁକ୍ରବାର ଜଳସ୍ତର ୬୧୩.୫୮ ଫୁଟ୍‌କୁ ହ୍ରାସ ପାଇଛି। ଜଳଭଣ୍ଡାରକୁ ଏହି ସମୟରେ ୪୭,୮୯୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୭୫,୯୮୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ୪ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୬୦,୬୩୬ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଛି। ପାଓ୍ଵାର ଚାନେଲରେ ୧୧,୨୬୪ କ୍ୟୁସେକ ଓ କେନାଲଗୁଡ଼ିକରେ ୩,୭୩୩ କ୍ୟୁସେକ ଜଳ ଛଡ଼ାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ(ସକାଳ ସାଢ଼େ ୮ଟା ସୁଦ୍ଧା) ଉପର ମୁଣ୍ଡରେ ୦.୪୭ ମିମି ଓ ତଳ ମୁଣ୍ଡରେ ୦.୬୮ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର