ହୀରାକୁଦ ଜଳସ୍ତର ୬୦୫ ଫୁଟ୍‌କୁ ଖସିଲା, ୮ ଗେଟ୍ ଖୋଲା

ସମ୍ବଲପୁର : ହୀରାକୁଦ ବନ୍ଧର ୮ଟି ଗେଟ୍ ଖୋଲା ରହିଛି। ଶୁକ୍ରବାର ରାତି ୯ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୫.୧୨ ଫୁଟ୍‌କୁ ଖସିଛି। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୧ ଲକ୍ଷ ୪୫ ହଜାର ୩୦୩ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୩୮,୪୯୯ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା।

ବାମ ସ୍ପିଲ୍‌ୱେ’ର ୫ ଓ ଡାହାଣ ସ୍ପିଲ୍‌ୱେର ୩କୁ ମିଶାଇ ମୋଟ ୮ଟି ସ୍ଲୁଇସ୍‌ ଗେଟ୍‌ ଦେଇ ୧,୧୫,୬୦୦ କ୍ୟୁସେକ୍‌, ପାୱାର୍ ଚାନେଲ୍ ଦେଇ ୧୯,୦୭୨ କ୍ୟୁସେକ୍‌, ବରଗଡ଼ ମୁଖ୍ୟ କେନାଲ ଦେଇ ୨,୯୭୮ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲ୍‌ ଦେଇ ୫୦୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୭୭ କ୍ୟୁସେକ୍‌ ଓ ଶିଳ୍ପ ସଂସ୍ଥା ପାଇଁ ୨୭୨ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ବେଲଗାଁଠାରେ ୨୩,୫୦୦ କ୍ୟୁସେକ୍‌, ପଥର୍ଲାଠାରେ ୩୫,୬୧୫ କ୍ୟୁସେକ୍‌, ଖଇରମାଳଠାରେ ୧ ଲକ୍ଷ ୯୪ ହଜାର କ୍ୟୁସେକ୍‌, ବରମୂଳଠାରେ ୨ ଲକ୍ଷ ୧୦ ହଜାର କ୍ୟୁସେକ୍‌, ମୁଣ୍ଡଳିଠାରେ ୨ ଲକ୍ଷ ୫୩ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧୨.୬୫ ମିଲିମିଟର୍‌ ଓ ତଳ ମୁଣ୍ଡରେ ୨୦.୫୩ ମିଲିମିଟର୍‌ ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର