ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା ହେବା କାରଣରୁ ହୀରାକୁଦର ବନ୍ଧର ୨ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି। ସୋମବାର ରାତି ୯ଟାରେ ହୀରାକୁଦ ଜଳସ୍ତର ୬୩୦.୪୫ ଫୁଟ୍ରେ ପହଞ୍ଚିଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବା ବେଳେ ଜଳ ପ୍ରବେଶକୁ ଦେଖି ସୁରକ୍ଷା ଦୃଷ୍ଟିରୁ ଦିନ ୧୦ଟା ୫୫ରେ ଗୋଟିଏ ଗେଟ୍ ଖୋଲା ଯାଇଥିଲା। ପରେ ରାତି ୮ଟା ୫୫ରେ ଆଉ ଗୋଟିଏ ଗେଟ୍ ଖୋଲା ଯାଇଛି। ରାତି ୧୧ଟାରେ ଜଳଭଣ୍ଡାରକୁ ୫୯୫୪୯ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲାବେଳେ ୪୬୮୪୪ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ଜଳଭଣ୍ଡାରର ଉପର ମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ (ସକାଳ ୮ଟା ୩୦) ୧୧.୩୪ ମିମି ଓ ତଳ ମୁଣ୍ଡରେ ୧.୫୫ ମିମି ବର୍ଷା ରେକର୍ଡ ହୋଇଛି। ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ମଙ୍ଗଳବାର ପୁଣି ଅଧିକ ଗେଟ୍ ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
ହୀରାକୁଦର ୨ ଗେଟ୍ ଖୋଲିଲା
/sambad/media/post_attachments/wp-content/uploads/2017/10/hirakud-dma.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)