ସମ୍ବଲପୁର: ମହାନଦୀର ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଛତିଶଗଡ଼ ସରକାର ତାଙ୍କ ଅଧିକାଂଶ ବ୍ୟାରେଜ୍ର ଗେଟ୍ ଖୋଲି ଦେଇଛି। ଫଳରେ ବର୍ତ୍ତମାନ ଅତି ଦୃତଗତିର ଓଡ଼ିିଶାର ହୀରାକୁଦ ଡ୍ୟାମ୍ ଭର୍ତ୍ତି ହେବାରେ ଲାଗିଛି। ବର୍ତ୍ତମାନ ହୀରାକୁଦ୍ର ଡ୍ୟାମ୍ର ସ୍ଥିତିକୁ ଦେଖି କର୍ଭ ରୁଲ ଅନୁଯାୟୀ, ଆସନ୍ତା ୨୪ ତାରିଖରେ ହୀରାକୁଦ୍ ଡ୍ୟାମ୍ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ହୋଇଛି ।ଏଥିପାଇଁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ମହାନଦୀ କୂଳରେ ଥିବା ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରି ଦେଇଛନ୍ତି।
ମିଳିଥିବା ସୂଚନା ଅନଯାୟୀ, ହୀରାକୁଦର ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବାବେଳେ ୧୯ ତାରିଖ ସୁଦ୍ଧା ହୀରାକୁଦ୍ର ଜଳସ୍ତର ୬୦୭.୨୫ ଫୁଟ୍ ରହିଛି। ବର୍ତ୍ତମାନ ହୀରାକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୧୭ ହଜାର ୬ଶହ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ମାତ୍ର ୧୫ ହଜାର ୫୪୦ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ଅପରପକ୍ଷେ ପୁଣି ଏକ ଳଘୁଚାପ ହେବାର ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ହୀରାକୁଦ ଡ୍ୟାମ୍ର କ୍ୟାଚ୍ମେଣ୍ଟ୍ ଅଞ୍ଚଳରୁ ଅଧିକ ପାଣି ଡ୍ୟାମ୍ ଭିତରକୁ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଆଗାମୀ ୨୪ ତାରିଖରେ ଡ୍ୟାମ୍ରୁ ଗେଟ୍ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/hirakuddam.jpg)