ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଛି। ରବିବାର ସକାଳ ୯ଟାରେ ହୀରାକୁଦ ଜଳଭଣ୍ଡାରରୁ ପାରଂପରିକ ରୀତିରେ ପୂଜାର୍ଚ୍ଚନା ପରେ ହୀରାକୁଦ ଜଳଭଣ୍ଡାର ପର୍ଯ୍ୟାୟ‌କ୍ରମେ ୫ଟି ଗେଟ୍ ଖୋଲାଯାଇଥିଲା। ମୁଖ୍ୟଯନ୍ତ୍ରୀ ତଥା ଉପର ମହାନଦୀ ଅବବାହିକାର ପରିଚାଳକ ଆନନ୍ଦ ଚନ୍ଦ୍ର ସାହୁ ଏବଂ ସମ୍ବଲପୁର ଜିଲ୍ଲାପାଳ ମିଳିତ ଭାବେ ଗେଟ୍‌ ଖୋଲିଥିଲେ। ଏହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୪.୮୭ ଫୁଟ୍ ରହିଥିଲା ବେଳେ ସେହି ସମୟରେ ଜଳଭଣ୍ଡାରକୁ ୯୩,୦୫୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା। ସେହି ସମୟରେ ଜଳଭଣ୍ଡାରରୁ ୧,୧୭,୧୨୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିଲା।