ସମ୍ବଲପୁର : ଗତ ୨୪ ଘଣ୍ଟା ମଧ୍ୟରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସାମାନ୍ୟ ବଢ଼ି ୫୯୮.୬୫ ଫୁଟରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ସେକେଣ୍ଡ ପ୍ରତି ୧୩୨୩୬ ଘନଫୁଟ ପାଣି ଜଳଭଣ୍ଡାରକୁ ପ୍ରବେଶ କରିଥିବା ବେଳେ ୧୨୬୧୫ ଘନଫୁଟ ପାଣି ନିଷ୍କାସିତ ହୋଇଛି। ବରଗଡ଼ କେନାଲକୁ ୨୭୭୫ କ୍ୟୁସେକ, ଶାସନ ୫୫୦ କ୍ୟୁସେକ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୬୦ କ୍ୟୁସେକ, ପାୱାର ଚେନାଲକୁ ୮୭୬୯.୬୭ କ୍ୟୁସେକ ପାଣି ଛଡ଼ାଯାଇଛି। ବୁର୍ଲା ପାୱାର୍ ହାଉସରେ ହାରାହାରି ୪୮.୮୭୫ ମେଗାୱାଟ୍, ଚିପିଲିମାରେ ୩୭.୧୨୫ ମେଗାୱାଟ୍ ବିଜୁଳି ଉତ୍ପାଦନ କରିଛି। ୨୪ ଘଣ୍ଟାରେ ନଦୀବନ୍ଧର ଉପରମୁଣ୍ଡରେ ୪.୫୨ ଏମଏମ ଏବଂ ତଳମୁଣ୍ଡରେ ୭.୨୩ ଏମଏମ ବର୍ଷା ରେକର୍ଡ କରାଯାଇଛି। ଗତକାଲି ଜଳସ୍ତର ୫୯୮.୫୦ ଫୁଟ ଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp