ହୀରାକୁଦ ଜଳସ୍ତର ୫୯୯.୬୭ ଫୁଟ୍

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିବା ପାଣିର ସମାନ ପରିମାଣ ଜଳ ନିଷ୍କାସନ କରି ଗତ କେଇ ଦିନ ହେଲା ଜଳସ୍ତରକୁ ୬୦୦ ଫୁଟ୍‌ ମଧ୍ୟରେ ସୀମିତ ରଖାଯାଇଛି। ରବିବାର ରାତି ୮ଟା ବେଳକୁ ହୀରାକୁଦ ଜଳସ୍ତର ୫୯୯.୬୭ ଫୁଟ୍‌ ଥିଲା। ବାମ ସ୍ପିଲ୍‌ୱେର ୨ ଓ ଡାହାଣ ସ୍ପିଲ୍‌ୱେର ଗୋଟିଏ ଗେଟ୍ ଖୋଲା ଥିଲା। ରାତି ୮ଟା ବେଳକୁ ଜଳଭଣ୍ଡାର ମଧ୍ୟକୁ ୫୯,୪୨୪ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲା। ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣ ଜଳ ନିଷ୍କାସିତ ହେଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡ ବେଲଗାଁଠାରେ ୮ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୨୯ ହଜାର କ୍ୟୁସେକ୍‌, ଖଇରମାଳଠାରେ ୧ ଲକ୍ଷ ୬ ହଜାର କ୍ୟୁସେକ୍‌, ବରମୂଳଠାରେ ୮୭ ହଜାର କ୍ୟୁସେକ୍‌ ଓ ମୁଣ୍ଡଳୀଠାରେ ୧ ଲକ୍ଷ ୧୬ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୯.୮ ମିଲିମିଟର୍‌ ଓ ତଳ ମୁଣ୍ଡରେ ୫.୭୫ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର