ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୫୯୯.୭୯ ଫୁଟରେ ପହଞ୍ଚିଛି। ୨୪ ଘଣ୍ଟାରେ ମଧ୍ୟରେ ସେକେଣ୍ଡ ପ୍ରତି ୨୫୬୨୬ ଘନଫୁଟ ପାଣି ଜଳଭଣ୍ଡାରକୁ ପ୍ରବେଶ କରିଥିବା ବେଳେ ୧୩୨୧୬ ଘନଫୁଟ ପାଣି ନିଷ୍କାସିତ ହୋଇଛି। ବରଗଡ଼ କେନାଲକୁ ୨୭୭୫ କ୍ୟୁସେକ, ଶାସନ ୨୦୦ କ୍ୟୁସେକ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୪୯ କ୍ୟୁସେକ, ପାଓ୍ବାର ଚେନାଲକୁ ୯୭୨୪ କ୍ୟୁସେକ ପାଣି ଛଡ଼ାଯାଇଛି। ବୁର୍ଲା ପାଓ୍ବାର ହାଉସରେ ହାରାହାରି ୫୪.୦୮୩ ମେଗାଓ୍ବାଟ, ଚିପିଲିମାରେ ୩୭.୫୮୩ ମେଗାଓ୍ବାଟ ବିଜୁଳି ଉତ୍ପାଦନ ହେଉଛି। ୨୪ ଘଣ୍ଟାରେ ନଦୀବନ୍ଧର ଉପରମୁଣ୍ଡରେ ୧୨.୩୦ ଏମଏମ ଏବଂ ତଳମୁଣ୍ଡରେ ୬.୨୮ ଏମଏମ ବର୍ଷା ରେକର୍ଡ କରାଯାଇଛି।