ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୧.୧୦ ଫୁଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୧.୧୦ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୮୫୪୬ ଘନଫୁଟ ପାଣି ପ୍ରବେଶ, ୧୪,୩୭୮ ଘନଫୁଟ ପାଣି ନିଷ୍କାସିତ ହୋଇଛି। ବରଗଡ଼ କେନାଲକୁ ୩୫୦୦ କ୍ୟୁସେକ, ଶାସନ ୭୫୦ କ୍ୟୁସେକ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୧୧୧ କ୍ୟୁସେକ, ପାଓ୍ବାର ଚେନାଲକୁ ୧୦୦୭୦.୧୩ କ୍ୟୁସେକ, କାରଖାନା ୧୭୦ କ୍ୟୁସେକ ପାଣି ଛଡ଼ାଯାଇଛି। ବୁର୍ଲାରେ ୫୭.୭୫୦ ମେଗାଓ୍ବାଟ, ଚିପିଲିମାରେ ୩୯.୨୫୦ ମେଗାଓ୍ବାଟ ବିଜୁଳି ଉତ୍ପାଦନ ହେଉଛି। ୨୪ ଘଣ୍ଟାରେ ନଦୀବନ୍ଧର ଉପରମୁଣ୍ଡରେ ୬.୩୩ ମିମି ବର୍ଷା, ତଳମୁଣ୍ଡରେ ୨.୮୧ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର