ହୀରାକୁଦ ଜଳସ୍ତର ୬୧୦.୭୭ ଫୁଟ୍‌

ସମ୍ବଲପୁର : ସୋମବାର ସଂଧ୍ୟା ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୦.୭୭ ଫୁଟ୍‌ ରହିଛି। ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୪୦,୦୬୧ ଘନଫୁଟ୍‌ ପାଣି ପ୍ରବେଶ କରୁଥିଲାବେଳେ ୧୫,୯୮୩ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସମସ୍ତ ସ୍ଲୁଇସ୍‌ ଗେଟ୍‌ ବନ୍ଦ ଥିବାବେଳେ ପାଓ୍ଵାର ଚାନେଲରେ ୧୧,୩୦୦ କ୍ୟୁସେକ୍‌, ବରଗଡ଼ କେନାଲରେ ୩,୭୫୧ କ୍ୟୁସେକ୍‌, ଶାସନ କେନାଲ ଦେଇ ୫୦୦ ଓ ସମ୍ବଲପୁର କେନାଲ ଦେଇ ୯୮ କ୍ୟୁସେକ ପାଣି ଛଡ଼ା ଯାଉଛି। ୨୯ ତାରିଖ ସକାଳ ୮ଟା ୩୦ରୁ ୩୦ ତାରିଖ ସକାଳ ୮ଟା ୩୦ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ବନ୍ଧ ଉପର ମୁଣ୍ଡରେ ହାରାହାରି ୪.୫୭ ଓ ତଳ ମୁଣ୍ଡରେ ୧୧.୩୫ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ସମ୍ବନ୍ଧିତ ଖବର