ହୀରାକୁଦ ଜଳସ୍ତର ୬୨୦.୫୪ ଫୁଟ୍‌

ସମ୍ବଲପୁର : ସବୁ ଗେଟ୍‌ ବନ୍ଦ ହେବା ପରେ ଶନିବାର ହୀରାକୁଦର ଜଳସ୍ତର ପୁଣିଥରେ ୬୨୦ ଫୁଟ୍‌ ଅତିକ୍ରମ କରିଛି। ଶୁକ୍ରବାର ରାତି ୯ଟା ବେଳେ ୬୧୯.୮୯ ଫୁଟ୍‌ ଥିବା ହୀରାକୁଦ ଜଳଭଣ୍ଡାରର ସ୍ତର ଶନିବାର ସକାଳ ୬ଟା ବେଳେ ୬୨୦.୧୨ ଫୁଟ୍‌ରେ ପହଞ୍ଚି ଥିଲା। ଶନିବାର ରାତି ୯ଟା ବେଳକୁ ଏହା ୬୨୦.୫୪ ଫୁଟ୍‌କୁ ବୃଦ୍ଧି ପାଇଛି। ଏହି ସମୟରେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୮୩, ୨୮୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୨୨, ୫୨୬ କ୍ୟୁସେକ୍‌ ପ୍ରବେଶ କରୁଥିଲା। ପାୱାର ଚାନେଲରେ ୧୯, ୩୩୭ କ୍ୟୁସେକ୍‌, ବିଭିନ୍ନ କେନାଲରେ ୩୦୧୯ କ୍ୟୁସେକ୍‌ ଓ ଶିଳ୍ପସଂସ୍ଥା ଗୁଡ଼ିକ ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ସେହି ସମୟରେ ମହାନଦୀ ତଳ ମୁଣ୍ଡରେ ବେଲଗାଁଠାରେ ୧୪, ୮୦୦ କ୍ୟୁସେକ୍‌, ପଥର୍ଲାଠାରେ ୪୩, ୦୬୨ କ୍ୟୁସେକ୍‌, ଖଇରମାଳ ଠାରେ ୧ ଲକ୍ଷ କ୍ୟୁସେକ୍, ବରମୂଳଠାରେ ୮୯, ୫୦୦ କ୍ୟୁସେକ ଓ ମୁଣ୍ଡଳିଠ‌ାରେ ୧ ଲକ୍ଷ ୧୬ ହଜାର କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧୩.୨୧ ମିମି ଓ ତଳ ମୁଣ୍ଡରେ ୭.୫୩ ମିମି ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ। ଶନିବାର ବୁର୍ଲା ପାୱାର ହାଉସ୍‌ରେ ହାରାହାରି ୧୩୧.୨୦୮ ମେଗାୱାଟ୍‌ ଓ ଚିପିଲିମା ପାୱାର ହାଉସ୍‌ରେ ୩୮.୯୧୬ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦିତ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର