ହୀରାକୁଦ ଜଳସ୍ତର ୬୨୧ ଫୁଟ୍‌

ସମ୍ବଲପୁର : ଗୁରୁବାର ସନ୍ଧ୍ୟା ୬ଟାରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୨୧.୦୪ ଫୁଟ୍‌ରେ ପହଂଚିଛି। ଜଳଭଣ୍ଡାରକୁ ୧,୦୭,୧୧୨ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୪୬,୩୫୪ କ୍ୟୁସେକ ନିଷ୍କାସିିତ ହେଉଛି। ଜଳଭଣ୍ଡାରରୁ ୨ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇଛି। ସ୍ଲୁଇସ୍‌ ଗେଟ େ ଦଇ ୩୧,୪୯୮ କ୍ୟୁସେକ ଜଳ ମହାନଦୀକୁ ଛଡ଼ାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ(ସକାଳ ସାଢ଼େ ୮ଟା ସୁଦ୍ଧା) ଜଳଭଣ୍ଡାରର ଉପର ମୁଣ୍ଡରେ ୦.୫୭ ମିମି ଓ ତଳମୁଣ୍ଡରେ ୧.୨୧ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର