ହୀରାକୁଦ ଜଳସ୍ତର ୬୨୮.୧୦ ଫୁଟ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଜଳସ୍ତରକୁ ୬୨୮ ଫୁଟରେ ସ୍ଥିର ରଖିବାକୁ ଶନିବାର ସକାଳ ୯ଟା ଯାଏଁ ଖୋଲାଥିବା ୧୨ଟି ସ୍ଲୁଇସ୍‌ ଗେଟ ମଧ୍ୟରୁ ୪ଟିକୁ ବନ୍ଦ କରାଯାଇଛି। ଶନିବାର ଦିନ ସାଢ଼େ ୧୧ଟାରୁ ସାଢ଼େ ୧୨ଟା ମଧ୍ୟରେ ଏହି ୪ ଗେଟ୍‌ ବନ୍ଦ କରାଯିବା ‌ପରେ ରାତି ୯ଟା ବେଳକୁ ବାମପାର୍ଶ୍ବରର ୬ଟି ଓ ଡାହାଣ ପାର୍ଶ୍ବର ୨ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ଦିନ ୩ଟା ପରଠାରୁ ରାତି ୯ଟା ଯାଏଁ ଜଳଭଣ୍ଡାରର ଜଳସ୍ତରକୁ ୬୨୮.୧୦ ଫୁଟରେ ସ୍ଥିର ରଖାଯାଇଛି। ରାତି ୯ଟା ବେଳକୁ ହୀରାକୁଦ ଜଳସ୍ତର ୬୨୮.୧୦ ଫୁଟ୍ ଥିଲାବେଳେ ଜଳଭଣ୍ଡାର ମଧ୍ୟକୁ ୧,୫୧,୦୪୦ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା। ରାତି ୯ଟା ବେଳକୁ ମହାନଦୀ ତଳ ମୁଣ୍ଡ ବେଲଗାଁଠାରେ ୧୮ ହଜାର ୫୦୦ କ୍ୟୁସେକ୍‌, ପଥର୍ଲାଠାରେ ୫୯,୭୬୭ କ୍ୟୁସେକ୍‌, ଖଇରମାଳଠାରେ ୩ଲକ୍ଷ ୧୫ ହଜାର କ୍ୟୁସେକ୍‌, ବରମୂଳଠାରେ ୨ ଲକ୍ଷ ୬୭ ହଜାର ୨୫୦ କ୍ୟୁସେକ୍‌, ମୁଣ୍ଡଳିଠାରେ ୨ ଲକ୍ଷ ୫୨ ହଜାର ୯୦୦ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା।

ସମ୍ବନ୍ଧିତ ଖବର