ହୀରାକୁଦ ଜଳସ୍ତର ୬୧୦ ଡେଇଁଲା

ସମ୍ବଲପୁର : ଶନିବାର ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୦ ଫୁଟ୍‌ ଡେଇଁଛି। ରାତି ୯ଟାରେ ଜଳସ୍ତର ୬୧୦.୫୦ ଫୁଟ୍‌ରେ ପହଞ୍ଚିଛି ବୋଲି ହୀରାକୁଦ ମୁଖ୍ୟବନ୍ଧ ନିର୍ବାହୀ ଯନ୍ତ୍ରୀ ଚିନ୍ମୟ ରାଉତ ସୂଚନା ଦେଇଛନ୍ତି। ଜଳଭଣ୍ଡାରକୁ ୧ ଲକ୍ଷ ୨୪ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ କେନାଲ ଓ ପାଓ୍ଵାର ଚାନେଲ ଦେଇ ୧୫ ହଜାର କ୍ୟୁସେକ ପାଣି ଛଡ଼ାଯାଇଛି। ଆସନ୍ତା ୨୪ ତାରିଖ ଦିନ ହୀରାକୁଦରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯିବ। ସେତେବେଳେ ଜଳସ୍ତର ୬୧୪ ଫୁଟ୍‌ରେ ପହଂଚି ସାରିଥିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର