ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ମଙ୍ଗଳବାର ସନ୍ଧ୍ୟା ୬ଟାରେ ଜଳଭଣ୍ଡାରର ଜଳସ୍ତର ୬୧୧.୧୫ ଫୁଟ୍‌ ରହିଥିବା ବେଳେ ବୁଧବାର ଏହି ସମୟରେ ୬୧୧.୫୪ ଫୁଟ୍‌ରେ ପହଞ୍ଚିଛି। ଏହି ସମୟରେ ଜଳଭଣ୍ଡାରକୁ ୩୨,୦୨୭ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୫,୯୭୮ କ୍ୟୁସେକ କେନାଲ ଓ ପାଓ୍ଵାର ଚାନେଲ ଦେଇ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ(ସକାଳ ସାଢ଼େ ୮ଟା ସୁଦ୍ଧା) ଜଳଭଣ୍ଡାରର ଉପର ମୁଣ୍ଡରେ ୧୦.୨୧ ମିମି ଓ ତଳ ମୁଣ୍ଡରେ ୭.୮୭ ମିମି ବର୍ଷା ରେକର୍ଡ କରାଯାଇଥିବା ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର