ଭୁବନେଶ୍ବର: ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍ ମଙ୍ଗଳବାରଠାରୁ ଝାରସୁଗୁଡ଼ା ମୁଖ୍ୟ ଷ୍ଟେସନରୁ ବାହ୍ୟପଥ ଦେଇ ଗତିପଥ ପରିବର୍ତନ କରି ଚଳାଚଳ କରିଛି। ଏହି ଟ୍ରେନ୍ ଝାରସୁଗୁଡା ରୋଡ୍, ଇବ୍, ବେଲପାହାଡ଼ ରୁଟ୍ରେ ଚଳାଚଳ କରିବ। ଏହି ତ୍ରିସାପ୍ତାହିକ ଟ୍ରେନ୍ ଫେରିବା ରାସ୍ତାରେ ମଧ୍ୟ ଝାରସୁଗୁଡ଼ା ମୁଖ୍ୟ ଷ୍ଟେସନ୍କୁ ଯିବ ନାହିଁ। ବାହ୍ୟପଥ ଦେଇ ଚଳାଚଳ କରିବ। ଝାରସୁଗୁଡ଼ା ମୁଖ୍ୟ ଷ୍ଟେସନ୍ ଓ ଝାରସୁଗୁଡ଼ା ରୋଡ୍ ଷ୍ଟେସନ୍ ମଧ୍ୟରେ ଦୂରତା ୧.୫ କିମି ହୋଇଥିବାରୁ ଯାତ୍ରୀ ଯିବା ଆସିବା ପାଇଁ ପୂର୍ବତଟ ରେଳପଥର ସମ୍ବଲପୁର ରେଳମଣ୍ତଳ ପକ୍ଷରୁ ମାଗଣା ବସ୍ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଛି। ଯାତ୍ରୀଙ୍କ ପାଇଁ ଝାରସୁଗୁଡ଼ା ରୋଡ୍ ଷ୍ଟେସନ୍ରେ ସମସ୍ତ ଜରୁରୀ ସୁବିଧା ପ୍ରଦାନ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁରର ମଣ୍ତଳ ରେଳ ପ୍ରବନ୍ଧକ ଡ. ଜୟଦେବ ଗୁପ୍ତା ଏହି ଷ୍ଟେସନକୁ ଓଡ଼ିଶାର ସର୍ବୋତ୍ତମ ଷ୍ଟେସନ ଭାବେ ଉନ୍ନତି କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଝାରସୁଗୁଡ଼ା ରେଳ ଷ୍ଟେସନର ନିର୍ମାଣ ଓ ଉନ୍ନତି ନିମନ୍ତେ ଝାରସୁଗୁଡ଼ାର ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାରର ସହଯୋଗ ଓ ସମର୍ଥନ ଦେବାକୁ ପୂର୍ବତଟ ରେଳପଥ ପକ୍ଷରୁ ଅନୁରୋଧ କରାଯାଇଛି।
ହୀରାକୁଦ ଏକ୍ସପ୍ରେସ୍ର ଗତିପଥ ପରିବର୍ତନ
/sambad/media/post_attachments/wp-content/uploads/2018/12/download-1-34.jpg)