ସମ୍ବଲପୁର : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ସଂସ୍କୃତି ବିଭାଗ ଓ ସମ୍ବଲପୁର ମହାନଗର ନିଗମ(ଏସ୍‌ଏମ୍‌ସି)ର ମିଳିତ ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ୧୭ ତାରିଖରୁ ସ୍ଥାନୀୟ ପିଏଚ୍‌ଡି ପଡ଼ିଆରେ ହୀରାକୁଦ ମହୋତ୍ସବ ଅନୁଷ୍ଠିତ ହେବ।

Advertisment

ଧଉଳି ଉତ୍ସବ ଢାଞ୍ଚାରେ ସରକାରୀ ସ୍ତରରେ ପ୍ରଥମକରି ସମ୍ବଲପୁରରେ ଏହି ଉତ୍ସବ ଆୟୋଜନ କରାଯାଉଛି। ପିଏଚ୍‌ଡି ପଡ଼ିଆରେ ୩ ଦିନ ଧରି ଏହି ଉତ୍ସବ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ସନ୍ଧ୍ୟା ସାଢେ଼ ୬ଟାରୁ ଆରମ୍ଭ କରି ଏହି ଉତ୍ସବ ରାତି ସାଢ଼େ ୯ଟା ଯାଏ ଚାଲିବ ବୋଲି ଏସ୍‌ଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ମହୋତ୍ସବରେ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ, ଲୋକ ନୃତ୍ୟ ଆଦି ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି।