ସମ୍ବଲପୁର : ସୋମବାରଠାରୁ ଆସନ୍ତା ବୁଧବାର ପର୍ଯ୍ୟନ୍ତ ହୀରାକୁଦ ରୋପ୍ ୱେ ବନ୍ଦ ରହିବ। ଏ ନେଇ ସମ୍ବଲପୁର ମହାନଗର ନିଗମ(ଏସ୍ଏମ୍ସି) ପକ୍ଷରୁ ସୂଚନା ଦିଆଯାଇଛି।
ରୋପ୍ ୱେର ଏକ ନନ୍ ଡେସ୍ଟ୍ରକ୍ଟିଭ୍ ପରୀକ୍ଷା କରାଯିବ। ରୋପ ୱେକୁ ସମ୍ପୂର୍ଣ୍ଣ ଭାବେ ଖୋଲାଯାଇ ଏହି ପରୀକ୍ଷା କରାଯିବ। ସେଣ୍ଟ୍ରାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମାଇନିଂ ଆଣ୍ଡ ଫ୍ୟୁଏଲ୍ ରିସର୍ଚ୍ଚ ଓ କୋଲକାତୋ ମେଟାଲ୍ ଟେଷ୍ଟିଙ୍ଗ ଲାବୋରେଟୋରିର ବିଶେଷଜ୍ଞମାନେ ଏହି ପରୀକ୍ଷା କରିବେ। ସେଥିପାଇଁ ରୋପ୍ ୱେକୁ ବୁଧବାର ପର୍ଯ୍ୟନ୍ତ ବନ୍ଦ କରାଯିବ ବୋଲି ଏସ୍ଏମ୍ସି ପକ୍ଷରୁ କହାଯାଇଛି। ଗୁରୁବାରଠାରୁ ରୋପ୍ ୱେ ପୂର୍ବଭଳି ପୂର୍ବାହ୍ଣ ୧୧ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲାରହିବ।