ହୀରାକୁଦ: ସାଶନ କେନାଲରେ ଘାଇ; ଶହ ଶହ ଏକର ଜମିରେ ମାଡ଼ିଗଲା ବାଲିଚର

ସମ୍ବଲପୁର: ଆଜି ଭୋର୍‌ ସମୟରେ ତାଲବ ଗାଁ ନିକଟରେ ହୀରାକୁଦ ଜଳଭଣ୍ଡାରୁ ବାହାରି ଥିବା ସାଶନ କେନାଲର ବନ୍ଧ ଭାଙ୍ଗି ଘାଇ ହୋଇଯିବାରୁ ସେ ଅଞ୍ଚଳରେ ଥିବା ଶହ ଶହ ଏକର ଜମିରେ ପାଣି ସହ ବାଲି ଚରି ଯାଇଛି।

ଜଳଭଣ୍ଡାରରୁ କେନାଲ ବାହରିଥିବା ସ୍ଥାନ ଠାରୁ ପ୍ରାୟ ଅଧ କିଲୋମିଟର ଦୂରସ୍ଥ ବିଲ୍‌ବସ୍‌ପୁର ଗାଁ’ ପାଖ ଆଉଟ୍‌ଲେଟ୍‌ ପାଖାପାଖି କେନାଲର ବାମ ପାର୍ଶ୍ୱ ବନ୍ଧରେ ଘାଇ ହୋଇଛି। ବନ୍ଧର ଭାଙ୍ଗି ଯାଇଥିବା ଅଂଶ ପ୍ରାୟ ୫୦ ରୁ ୬୦ ଫୁଟ୍‌ ହେବ। ଘାଇ ହେବା ସମୟରେ କେନାଲରେ ପୂର୍ଣ୍ଣ କ୍ଷମତା ଅର୍ଥାତ୍‌ ୬୦୦ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଥିଲା। ଫଳରେ ବିଲବସ୍‌ପୁର ଏବଂ ତାଲବ ଗାଁ ଆଖପାଖରେ ଥିବା ଚାଷ ଜମିରେ ପାଣି ଓ ବାଲି ମାଡ଼ି ଯାଇ ସେଥିରେ ଥିବା ଦାଳୁଅ ତଳି ଓ ପନିପରିବା ନଷ୍ଟ ହୋଇ ଯାଇଛି।


ସେହି ସ୍ଥାନରେ ପ୍ରାୟ ୨ ବର୍ଷ ତଳେ ମରାମତି କାର୍ଯ୍ୟ ହୋଇଥିଲା। କେନାଲ୍‌ର ଉକ୍ତ ସ୍ଥାନରେ ଦୁଇ ତିନି ଦିନ ତଳେ ପାଣି ଲିକ୍‌ କରୁଥିବାରୁ ମାଟି ପକା ଯାଉଥିଲା।

ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କେନାଲ୍‌ରୁ ଘାଇ ବାଟେ ପାଣି ବାହାରି ତଳେ ଥିବା ପୋଲରେ ପ୍ରବେଶ କରି ଦକ୍ଷିଣ ପଟେ ପାଣି ଖୁବ୍‌ ଜୋର୍‌ରେ ପ୍ରବାହିତ ହେଉଛି। ଗେଟ୍‌ ବନ୍ଦ କରିବାକୁ ଡ୍ୟାମ୍‌ କର୍ମଚାରୀମାନଙ୍କ ପାଖକୁ ଖବର ପଠାଯିବା ସେମାନେ ଘଟଣାସ୍ଥଳରେ ପହଞ୍ଚୁଛନ୍ତି।

ସମ୍ବନ୍ଧିତ ଖବର