ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୫୯୮.୬୫ ଫୁଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୫୯୮.୬୫ ଫୁଟରେ ପହଞ୍ଚିଛି। ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ୧୧ ହଜାର ୫୮୮ ଘନଫୁଟ ପାଣି ପ୍ରବେଶ, ୧୧ ହଜାର ୫୮୮ ଘନଫୁଟ ପାଣି ନିଷ୍କାସିତ ହୋଇଛି। ବରଗଡ଼ କେନାଲକୁ ୩୫୨୮ କ୍ୟୁସେକ, ଶାସନ ୭୫୦ କ୍ୟୁସେକ, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିକୁ ୧୧୧ କ୍ୟୁସେକ, କାରଖାନା୧୭୦ କ୍ୟୁସେକ ପାଣି ଛଡ଼ାଯାଇଛି। ବୁର୍ଲାରେ ୪୯.୦୮୩ ମେଗାଓ୍ବାଟ, ଚିପିଲିମାରେ ୩୭.୪୫୮ ମେଗାଓ୍ବାଟ ବିଜୁଳି ଉତ୍ପାଦନ ହେଉଛି। ଜଳଭଣ୍ଡାରର ଉପରମୁଣ୍ଡରେ ୨.୭୮ ମିମି ବର୍ଷା, ତଳମୁଣ୍ଡରେ ୩.୯୭ ମିମି ବର୍ଷା ରେକର୍ଡ କରାଯାଇଛି।

ସମ୍ବନ୍ଧିତ ଖବର