ହୀରାକୁଦ ଜଳସ୍ତର ୬୦୯ ଫୁଟ୍‌

ସମ୍ବଲପୁର : ଗୁରୁବାର ସକାଳ ୬ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୯.୭୩ ଫୁଟ୍‌ ଥିଲାବେଳେ ସଂଧ୍ୟା ୬ଟାରେ ୬୦୯.୬୭ ଫୁଟ୍‌କୁ ଖସିଆସିଛି। ଗୁରୁବାର ସକାଳ ୬ଟା ବେଳକୁ ଜଳଭଣ୍ଡାରକୁ ୨,୭୫୯ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲାବେଳେ ସଂଧ୍ୟା ୬ଟା ବେଳକୁ ଏହା ହ୍ରାସ ପାଇ ନାମମାତ୍ର ପାଣି ଜଳଭଣ୍ଡାରକୁ ପଶୁଥିଲା। ସକାଳ ୬ଟାରେ ୧୨,୯୬୬ କ୍ୟୁସେକ୍‌ ଓ ସଂଧ୍ୟା ୬ଟାରେ ୭,୬୫୯ କ୍ୟୁସେକ୍‌ ପାଣି ବିଭିନ୍ନ ମାର୍ଗ ଦେଇ ଜଳଭଣ୍ଡାରରୁ ନିଷ୍କାସିତ ହେଉଥିଲା। ଗୁରୁବାର ବୁର୍ଲା ପାୱାର୍‌ ହାଉସ୍‌ରେ ୭୬.୯୧୭ କ୍ୟୁସେକ୍‌ ଓ ଚିପିଲିମା ପାୱାର୍‌ ହାଉସ୍‌ରେ ୪୧.୩୩୩ ମେଗାୱାଟ୍‌ ବିଦ୍ୟୁତ୍‌ ଉତ୍ପାଦିତ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର