ହୀରାକୁଦ ଜଳସ୍ତର ୬୨୯.୯୫ ଫୁଟ, ସବୁ ଗେଟ ବନ୍ଦ

ସମ୍ବଲପୁର: ରବିବାର ସକାଳ ୬ଟାରେ ହୀରାକୁଦ ଜଳଭଣ୍ଡାରର ଖୋଲା ଥିବା ଗୋଟିଏ ଗେଟ ସମ୍ପୂର୍ଣ୍ଣ ବନ୍ଦ ହେବା ପରେ ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି। ରବିବାର ରାତି ୯ଟା ବେଳକୁ ହୀରାକୁଦ ଜଳସ୍ତର ୬୨୯.୯୫ ଫୁଟ୍‌ ଥିଲାବେଳେ ଜଳଭଣ୍ଡାର ମଧ୍ୟକୁ ହାରାହାରି ୨୪,୮୦୪ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲା। ଏହି ସମୟରେ ବିଭିନ୍ନ ମାର୍ଗ ଦେଇ ଜଳଭଣ୍ଡାର ମଧ୍ୟରୁ ବିଭିନ୍ନ ମାର୍ଗ ଦେଇ ୧୬,୪୮୫ କ୍ୟୁସେକ୍‌ ପାଣି ନିଷ୍କାସିତ ହେଉଥିଲା। ତନ୍ମଧ୍ୟରୁ ପାୱାର ଚାନେଲ ଦେଇ ୧୨,୬୭୦ କ୍ୟୁସେକ୍‌, ବିଭିନ୍ନ କେନାଲ ଦେଇ ୩,୬୪୫ କ୍ୟୁସେକ୍‌, ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ରାତି ୯ଟା ବେଳକୁ ହୀରାକୁଦ ତଳମୁଣ୍ଡ ମୁଣ୍ଡଳିରେ ୫୧,୪୦୦ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର