ସମ୍ବଲପୁର: ରବିବାର ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୬.୪୫ ଫୁଟ୍‌କୁ ଖସିଛି। ଜଳଭଣ୍ଡାରକୁ ୬୦,୭୧୭ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୬୭,୫୨୧ କ୍ୟୁସେକ୍ ନିଷ୍କାସିତ ହେଉଛି। ସେଥିରୁ ୨ଟି ଗେଟ୍ ଦେଇ ୨୯,୧୪୨ କ୍ୟୁସେକ୍‌ ଓ ପାୱାର ଚାନେଲ ଦେଇ ୩୫,୨୧୨ କ୍ୟୁସେକ୍ ପାଣି ମହାନଦୀରେ ଛଡ଼ାଯାଇଛି।

Advertisment

ଜଳସେଚନ ନିମନ୍ତେ ବରଗଡ଼ କେନାଲରେ ୨୩୭୫ କ୍ୟୁସେକ୍‌, ଶାସନ ମୁଖ୍ୟ କେନାଲରେ ୪୫୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପସଂସ୍ଥାଗୁଡ଼ିକ ୨୭୪ କ୍ୟୁସେକ୍ ପାଣି ଟାଣୁଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।