ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା ସହ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ ସାମାନ୍ୟ ବୃଦ୍ଧି ପାଇଛି। ତେବେ ଜଳ ପ୍ରବେଶ ଓ ନିଷ୍କାସନ ସମାନ ଥିବାରୁ ଜଳସ୍ତର ସ୍ଥିର ରହିଛି। ମଙ୍ଗଳବାର ରାତି ୯ଟା ବେଳକୁ ହୀରାକୁଦ ଜଳସ୍ତର ୬୦୨.୦୮ ଫୁଟ୍ରେ ସ୍ଥିର ରହିଥିଲା। ସେହି ସମୟରେ ଜଳଭଣ୍ଡାରକୁ ହାରାହାରି ୩୧,୯୬୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା। ସେହିପରି ପାୱାର୍ ଚାନେଲ୍ ଦେଇ ୨୭,୩୦୨ କ୍ୟୁସେକ୍, ବରଗଡ଼ ମୁଖ୍ୟ କେନାଲ୍ ଦେଇ ୩୭୮୦ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ୍ ଦେଇ ୫୦୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୮ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ଶିଳ୍ପ ସଂସ୍ଥା ପାଇଁ ୨୭୩ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା।
ହୀରାକୁଦ ଜଳସ୍ତର ୬୦୨ ଫୁଟ୍
/sambad/media/post_attachments/wp-content/uploads/2020/08/hirakud-dam-02.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)