ହୀରାକୁଦ ଜଳସ୍ତର ୬୦୦ ଫୁଟ ଛୁଇଁବ!

ସମ୍ବଲପୁର: ଖୁବଶୀଘ୍ର ହୀରାକୁଦ ଜଳସ୍ତର ୬୦୦ ଫୁଟ୍‌ ଛୁଇଁପାରେ। ଗତ ୭୨ ଘଣ୍ଟା ମଧ୍ୟରେ ଉପର ମୁଣ୍ଡରେ କିଛି କିଛି ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇବା ସହ ଜଳସ୍ତର ମଧ୍ୟ ସାମାନ୍ୟ ବଢ଼ିଛି। ଶନିବାର ସଂଧ୍ୟା ୬ଟା ବେଳେ ହୀରାକୁଦର ଜଳସ୍ତର ୫୯୯.୩୧ ଫୁଟ୍ ରହିଛି। ସେହି ସମୟରେ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପିଛା ୨୮୦୬୬ ଘନ ଫୁଟ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧୩୧୭୫ କ୍ୟୁସେକ ନିଷ୍କାସିତ ହେଉଥିଲା। ପାୱାର ଚାନେଲ ଦେଇ ୯୬୮୧ କ୍ୟୁସେକ, ବରଗଡ଼ କେନାଲ ଦେଇ ୩୦୭୫ କ୍ୟୁସେକ, ଶାସନ କେନାଲରେ ୩୦୦ କ୍ୟୁସେକ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୪୯ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ବନ୍ଧ ଉପର ମୁଣ୍ଡରେ ୨୧.୮୮ ମିଲିମିଟର ଓ ତଳ ମୁଣ୍ଡରେ ୩୭.୩୦ ମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର