ଯେକୌଣସି ସମୟରେ ବନ୍ୟା ଜଳ ଛାଡ଼ିବ ହୀରାକୁଦ

ସମ୍ବଲପୁର : ପୂର୍ବ ବର୍ଷ ଭଳି ଏ ବର୍ଷ ମଧ୍ୟ ‌ଯେକୌଣସି ସମୟରେ ହୀରାକୁଦ ବନ୍ଧରୁ ବନ୍ୟା ଜଳ ନିଷ୍କାସନ ହୋଇପାରେ। ତେଣୁ ମହାନଦୀ ଶଯ୍ୟାରେ ଚଳାଚଳ ଓ ଅନ୍ୟାନ୍ୟ ବ୍ୟବହାର ବେଳେ ସତର୍କତା ଅବଲମ୍ବନ କରିବାକୁ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ବନ୍ୟାଜଳ ନିଷ୍କାସନ ସମୟରେ ହୀରାକୁଦର ଉଭୟ ସ୍ପିଲ୍‌ୱେରେ ସାଇରନ୍ ବଜାଇବାର ବ୍ୟବସ୍ଥା ଅଛି। ଏହି ସାଇରନ୍ ୨ ମିନିଟ୍‌ ଅବିଛିନ୍ନ ଭାବେ ବାଜି ୨୦ ସେକେଣ୍ଡ ଅନ୍ତରରେ ୩୦ ସେକେଣ୍ଡେ ଲେଖାଏଁ ୨ଥର ବାଜିବ। ନିରନ୍ତର ଭାବରେ ଏହାର ପୁନରାବୃତ୍ତି ହୋଇ ଚାଲିବ। ଗେଟ୍ ଖୋଲିବା ୨ ଘଣ୍ଟା ପୂର୍ବରୁ ଏହି ସାଇରନ୍ ବାଜିବା ଆରମ୍ଭ ହେବ ବୋଲି ହୀରାକୁଦ୍ ହେଡ୍ ୱାର୍କସ ଓ ଅତିରିକ୍ତ ଜଳ ନିଷ୍କାସନ ମଣ୍ଡଳ, ବୁର୍ଲାର ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଜାରି ସୂଚନାରେ କହିଛନ୍ତି।

ସମ୍ବନ୍ଧିତ ଖବର