ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୯୭ ଫୁଟ ରହିଛି। ଶନିବାର ୨ଟି ଗେଟ ଖୋଲା ରହିଛି। ରାତି ୯ଟା ବେଳକୁ ଜଳଭଣ୍ଡାର ମଧ୍ୟକୁ ହାରାହାରି ୫୪,୩୫୫ କ୍ୟୁସେକ୍ ପାଣି ପ୍ରବେଶ, ୫୪,୩୫୫ କ୍ୟୁସେକ୍ ନିଷ୍କାସିତ ହୋଇଥାଏ। ସେଥି ମଧ୍ୟରୁ ୨ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ହାରାହାରି ୩୨,୮୭୬ କ୍ୟୁସେକ୍ ପାଣି ଯାଉଥିଲା। ସେହିପରି ପାୱାର ଚାନେଲ ଦେଇ ୧୭,୬୭୩ କ୍ୟୁସେକ୍, ବିଭିନ୍ନ କେନାଲକୁ ୩,୬୩୬ କ୍ୟୁସେକ୍, ଶିଳ୍ପ ସଂସ୍ଥାକୁ ୧୭୦ କ୍ୟୁସେକ୍ ପାଣି ଛଡ଼ା ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୦.୮୬ ମିମି ଓ ତଳ ମୁଣ୍ଡରେ ୦.୨୭ ମିଲିମିଟର ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
ହୀରାକୁଦ ଜଳଭଣ୍ଡାରର ୨ଟି ଗେଟ ଖୋଲା, ୬୨୯.୯୭ ଫୁଟ ରହିଛି ଜଳସ୍ତର
/sambad/media/post_attachments/wp-content/uploads/2019/09/811411-hirakud-dam.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)