ହୀରାକୁଦ ଜଳସ୍ତର ୬୦୦କୁ ଖସିଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରୁ ଜଳ ପ୍ରବେଶ ନଗଣ୍ୟ ହେବା କାରଣରୁ ଜଳସ୍ତର ପୁଣି ୬୦୦ ଫୁଟ୍‌କୁ ଖସି ଆସିଛି। ୬୦୧ ଫୁଟ୍‌ ପାଖାପାଖି ପହଞ୍ଚିବା ପରେ ଗତ କିଛି ଦିନ ମଧ୍ୟରେ ଜଳପ୍ରବେଶ ହ୍ରାସ ପାଇଥିଲା। ଫଳରେ ଜଳସ୍ତର ଖସି ଶୁକ୍ରବାର ରାତି ୧୦ଟା ବେଳକୁ ୬୦୦.୦୦ ଫୁଟ୍‌ରେ ପହଞ୍ଚିଛି। ରାତି ୯ଟା ବେଳକୁ ଏହା ୬୦୦.୦୨ ଫୁଟ୍‌ ଥିଲା। ଜଳଭଣ୍ଡାର ମଧ୍ୟକୁ ମାତ୍ର ୨୧୬ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧୭, ୭୧୭ କ୍ୟୁସେକ ନିଷ୍କାସିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୧୨.୮୧ ଓ ତଳ ମୁଣ୍ଡରେ ୨.୮୬ ମିଲିମିଟର ବର୍ଷା ହୋଇଥିଲା। ଶୁକ୍ରବାର ହୀରାକୁଦ ଜଳଭଣ୍ଡାରର ଉଭୟ ପାୱାରା ହାଉସ୍‌ରୁ ହାରାହାରି ମୋଟ ୧୦୫.୧୨୫ ମେଗାୱାଟ୍‌ ବିଦ୍ୟୁତ ଉତ୍ପାଦନ ହୋଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର