କଟକ: ଉତ୍କଳୀୟ ପରଂପରାର ସ୍ମୃତି ବହନ କରୁଥିବା କଟକର ଐତିହାସିକ ବାଲିଯାତ୍ରା ଶନିବାର ଉଦ୍ଘାଟନ ହୋଇଯାଇଛି। ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ଓଡ଼ିଶାର ସବୁଠାରୁ ବଡ ମେଳା ଓ ଯାତ୍ରା କୁ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଉଦ୍ଘାଟନ କରିଛନ୍ତି। ୭ ଦିବସୀୟ ଏହି ମେଳାର ଉଦ୍ଘାଟନୀ ଉତ୍ସବରେ କ୍ରିଡ଼ା ଓ ଯୁବ ସେବା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଜଗତସିଂହପୁର ସାଂସଦ କୁଳମଣୀ ସାମଲ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସିଂହ, କଟକ ମହାନଗର ନିଗମ ମେୟର ମୀନାକ୍ଷୀ ବେହେରା, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ସୁଭାଷ ସିଂହ ଉପସ୍ଥିତ ଥିଲେ।
ବାଲିଯାତ୍ରାରେ ଏପର୍ଯ୍ୟନ୍ତ ୧୪୦୦ରୁ ଅଧିକ ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶା କରାଯାଉ। ଓଡ଼ିଆ ସଂସ୍କୃତିର ବିଭିନ୍ନ ପ୍ରକାର ଖାଦ୍ୟ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମିଳୁଛି। ଦର୍ଶକଙ୍କ ମନୋରଞ୍ଜନ ପାଇଁ ବଛା ବଛା କଳାକାର ବାଲିଯାତ୍ରା ମଞ୍ଚରେ କଳା ପ୍ରଦର୍ଶନ କରିବେ। ସେହିପରି ମୀନାବଜାର, ରାମଦୋଳି, ଓଟ ସବାରୀ, ଘୋଡା ସବାରୀ, ଆଦି ବାଲିଯାତ୍ରାର ଆକର୍ଷଣ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/ctc.jpg)