ଘୁ ଉଦୟଗିରି: ଦିନଥିଲା କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରର ମିଲମାନ ହାଇସ୍କୁଲ୍ ସାରା ଜିଲ୍ଲାରେ ସୁନାମ ଅର୍ଜନ କରିଥିଲା। ଏହି ସ୍କୁଲରେ ପାଠ ପଢି ଅନେକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। କିଏ ତ ଶିକ୍ଷକ କିଏ ତ ସରକାରୀ ଚାକିରି କରିଛନ୍ତି। ଅନେକ ଇତିହାସ ମଧ୍ୟରେ ଏହି ବିଦ୍ୟାଳୟ ଗଠିତ। ଏହି ବିଦ୍ୟାଳୟ ସଂଖ୍ୟା ଲଘୁ ସମ୍ପ୍ରଦାୟ ଦ୍ବାରା ପରିଚାଳିତ ହେଉଥିବା ବେଳେ, ଶିକ୍ଷା ଅନେକ ଛାତ୍ରଛାତ୍ରୀ ପାଇଛନ୍ତି ସେହିପରି ଭାବରେ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ମଧ୍ୟ ଶିକ୍ଷାଦାନ କରି ସେମାନେ ଅବସର ନେଇଛନ୍ତି। କିନ୍ତୁ ଦୁଃଖ ଓ ବିଡ଼ମ୍ବନାର ବିଷୟ ବର୍ତ୍ତମାନ ଏହି ବିଦ୍ୟାଳୟ ଏବେ ଭୂତକୋଠି ପାଲଟିଛି।
Advertisment
ମଦୁଆ, ଗଞ୍ଜେଇ, ଜୁଆର ଆଡ୍ଡାସ୍ଥଳୀ ପାଳଟିଯାଇଛି। ସଞ୍ଜ ନଇଁଲେ ଯୁବ ପିଢ଼ି ମଦ ବୋତଲ, ତା ସହିତ ଚାଖଣା ନେଇ ପହଞ୍ଚି ଯାଉଛନ୍ତି। ସେଠାରେ ପିଇବା ପରେ ମଦ ବୋତଲ ଭାଙ୍ଗିବା ଫିଙ୍ଗିବା ଆଦି କାର୍ଯ୍ୟ କରୁଛନ୍ତି। ଅନ୍ୟପଟେ ଗାଈ ଗୁଡ଼ିକ ପହଞ୍ଚି ଗୁହାଳ ଘର ବନେଇଛନ୍ତି। ଅମାନୁଷିକ ଲୋକମାନେ ବିଦ୍ୟାପୀଠକୁ  ଅସାମାଜିକ ଆଡ୍ଡା ସ୍ଥଳୀ ପାଲଟି ଯାଇଛି। ଏହି ବିଦ୍ୟାଳୟରେ ଜଣେ ମାତ୍ର ପିଇଟି ଶିକ୍ଷକ ରହିଛନ୍ତି। ତାଙ୍କର ମଧ୍ୟ ୧୮ ମାସ ଚାକିରି ରହିଛି। ସେ ସେଠାରେ ସୁରକ୍ଷା କର୍ମୀ ସଦୃଶ ରହିଁଛନ୍ତି। ଦିନ ରାତି ସେଠାରେ ରହୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ସନ୍ଧ୍ୟା ସମୟରେ ପାଣି ବାଲଟି ହାତରେ ଧରି ଚଟାଣ ଉପରେ ପକାଇ ଓଦା କରି ଘରକୁ ଯାଉଛନ୍ତି। କାରଣ ସେ ଗଲା ପରେ ମଦ୍ୟପମାନେ ଆସି ବସି ମଦ ଯେପରି ପିଇବେ ନାହି ସେଥିପାଇଁ ଚଟାଣ ଉଦା କରି ଯାଉଛନ୍ତି। ଘର ଚାରିପଟେ କାନ୍ଥ ବାଡ଼ ନଷ୍ଟ ହେଲାଣି। ସିଉଳି ଲାଗି ଛାତ ପଡ଼ିବା ପଡ଼ିବା ଲାଗୁଛି। ବହୁ ପୁରାତନ ଘର ମଧ୍ୟ ହୋଇଥିବା ବେଳେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ବିଦ୍ୟାଳୟକୁ ତେଣୁ ଅସାମାଜିକ ଲୋକଙ୍କ ଆଡ୍ଡା ନ କରି ବିଦ୍ୟାଳୟ ଭାବରେ ବ୍ୟବହାର କଲେ ବିଦ୍ୟାକୁ ସମାଜ ମଧ୍ୟରେ ଉତ୍ତମ ସମାଜ ଗଠନ ହୋଇପାରିବ। ବନ୍ଦ ହେବା କୁ ଯାଉଛି ୪୯ ବର୍ଷ ର ମିଲମାନ ମେମୋରିଆଲ ଉଚ୍ଚବିଦ୍ୟାଳୟ
ପ୍ରଶାସନର ଅବହେଳା ଯୋଗୁଁ ଲୋପ ପାଇବାକୁ ଯାଉଛି ବହୁ ପୁରାତନ ମାଇନରିଟୀ ଶିକ୍ଷା ଅନୁଷ୍ଠାନ।
କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସୁପ୍ରସିଦ୍ଧ ଓ ସୁପରିଚିତ ବିଦ୍ୟାଳୟ ମିଲମାନ ମେମୋରିଆଲ ଉଚ୍ଚବିଦ୍ୟାଳୟ। ଯାହା ଇଂଲଣ୍ଡ ର ଓ.ଜେ.ମିଲମାନ ନାମକ ଜଣେ ମିଶନାରୀ ଶିକ୍ଷାବିତ୍ ତଥା ସ୍ୱେଚ୍ଛାସେବୀ ଯିଏ କି ଘୁ. ଉଦୟଗିରି ଠାରେ ସ୍କୁଲ ନିର୍ମାଣ କରି ଏଠିକାର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ଲଘୁ ସମ୍ପ୍ରଦାୟର କଟକ ଡାଇସିସ ମିନିଷ୍ଟ୍ରୀ (ସି ଏନ ଆଇ) ନାମକ ସଂସ୍ଥା ଦ୍ୱାରା ଏକ କମିଟି ମାଧ୍ୟମରେ ସ୍କୁଲ ଟିର ପରିଚାଳନା ନିମନ୍ତେ ମନସ୍ଥ କରିଥିଲେ। ୨୫/୦୭/୧୯୭୫ ମସିହାରେ ସ୍କୁଲ ଟି ଆରମ୍ଭ ହେଲା ସ୍ବର୍ଗତ ବେଞ୍ଜାମିନ ନାୟକ ସ୍କୁଲର ପ୍ରଥମ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତ ହୋଇଥିଲେ, ବିଷୟ ବସ୍ତୁ ଅନୁସାରେ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ଶିକ୍ଷା ଦାନ ନିମନ୍ତେ ସ୍କୁଲରେ ନିଯୁକ୍ତି ପାଇଥିଲେ  ଓ ଆଖପାଖ ଅଞ୍ଚଳର ବହୁ ଛାତ୍ରଙ୍କ ସେଠାରେ ପାଠ ପଢ଼ିବାକୁ ଆଗ୍ରହ ପ୍ରକାଶ ପାଇଥିଲା। ବହୁସଂଖ୍ୟାରେ ପ୍ରାୟ ୧୫୦ ରୁ ଉର୍ଦ୍ଧ ପିଲା ସ୍କୁଲରେ ପାଠ ପଢିବାକୁ ଆସିଲେ। ଉତ୍ତମ ଶିକ୍ଷାଦାନ ବ୍ୟବସ୍ଥା ଦେଖୀ କିଛି ବର୍ଷ ପରେ ୧୯୮୩/୮୪ ମସିହା ବେଳକୁ ସ୍କୁଲ ଟି ଗ୍ରାଣ୍ଟିନେଣ୍ଟ ପାଇଥିଲା। ତାର କିଛି ବର୍ଷ ପରେ ୧୯୯୭ ମସିହାରେ ପୁଣି ଥରେ ସ୍କୁଲ ର ପରିଚାଳନା ନିମନ୍ତେ କମିଟି ପରିବର୍ତ୍ତନ ହୋଇ ସି ଏନ ଆଇ ର ଫୁଲବାଣୀ ଡାଇସିସ କମିଟି କୁ ହସ୍ତାନ୍ତର କରାଗଲା।
୨୦୧୧ ମସିହାରେ କୋ-ଏଯୁକେଶନ ମାନ୍ୟତା ପାଇଲା ପରେ ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ପାଠ ପଢ଼ିବାର ବ୍ୟବସ୍ଥା ହେଲା। ସ୍ଥାନୀୟ ଅଂଚଳର ବହୁ ଛାତ୍ର ଛାତ୍ରୀ ଏହି ବିଦ୍ୟାଳୟରୁ ପାଠ ପଢ଼ିବାର ସୁଯୋଗ ପାଇଲେ। ଇତିମଧ୍ୟରେ ୫ ଜଣ ପ୍ରଧାନ ଶିକ୍ଷକ ଅବସର ନେଇସାରିଥିବା ବେଳେ ବର୍ତମାନ ସ୍କୁଲ ଟି ବନ୍ଦ ହେବା ପରିସ୍ଥିତି ରେ ପହଞ୍ଚିଛି।  ସ୍କୁଲ ରେ ଶିକ୍ଷକ ନଥିବା କାରଣରୁ ସ୍ଥାନୀୟ ଅଭିଭାବକ ନିଜ ପିଲା ମାନଙ୍କୁ ସ୍କୁଲରେ ନାମ ଲେଖାଉ ନାହାନ୍ତି।ମାତ୍ର ଜଣେ ଖେଳ ଶିକ୍ଷକ ଏହି ବିଦ୍ୟାଳୟ ରେ କାର୍ଯ୍ୟରତ।ହେଲେ ବିଦ୍ୟାଳୟରେ ପିଲା ନାହାନ୍ତି।କାରଣ ଶିକ୍ଷକ ମାନେ ଅବସର ନେବା ପରେ ଆଉ ଶିକ୍ଷକ ନିଯୁକ୍ତି ନହେବା ଯୋଗୁଁ ବିଦ୍ୟାଳୟ ଟି ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି କେବଳ ଜଣେ ଖେଳ ଶିକ୍ଷକ ବିଦ୍ୟାଳୟ କାଗଜପତ୍ର ଏବଂ କୋଠାକୁ ଜଗି ବସିଛନ୍ତି।
ଦୁଃଖ ଓ ପରିତାପର ବିଷୟ ପ୍ରଶାସନକୁ ଏ ବିଷୟରେ ବହୁବାର ଅବଗତ କରାଇବା ପରେ ମଧ୍ୟ କୌଣସି ସୁଫଳ ମିଳିନାହିଁ କୁହନ୍ତି ଗ୍ରାମବାସୀ ଓ କମିଟି ସଦସ୍ୟ। ଦୀର୍ଘ ବର୍ଷ ଧରି ଚାଲିଥିବା ସ୍କୁଲ ବନ୍ଦ ହୋଇଗଲା ଏଥିପାଇଁ ଦାୟୀ କିଏ ହେବ ବୋଲି ସ୍ଥାନୀୟ ଶିକ୍ଷାବିତ ମାନେ ପ୍ରଶ୍ନ କରିଛନ୍ତି। ସ୍କୁଲ କମିଟି କର୍ତୃପକ୍ଷଙ୍କ କହିବା ଅନୁଯାୟୀ ସ୍କୁଲ ପରିଚାଳନା କମିଟି ଧାରା ୨୮ ପାଳନ କରୁନଥିବା କାରଣରୁ କମିଟି ସରକାରୀ ମାନ୍ୟତା ପାଇଁ ଯୋଗ୍ୟ ବିବେଚିତ ହୋଇପାରୁନାହିଁ। ଯାହା ଫଳରେ ପ୍ରଶାସନ ତରଫରୁ କୌଣସି ଶିକ୍ଷକ ନିଯୁକ୍ତି ହୋଇପାରୁନାହିଁ। ଫଳରେ ସରକାରଙ୍କ ନୀତିନିୟମ ଓ ମାଇନୋରିଟୀ କମିଟିର ନୀତି ଉଭୟଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ  ବହୁ ପୁରାତନ ମିଲମାନ ମେମୋରିଆଲ ଉଚ୍ଚବିଦ୍ୟାଳୟ  ଶିକ୍ଷା ଅନୁଷ୍ଠାନଟି ବନ୍ଦ ହୋଇଗଲା।  ସ୍ଥାନୀୟ ବୁଦ୍ଧିଜୀବୀ ଦୁଃଖ ପ୍ରକାଶ କରିବା ସହ ଅସନ୍ତୋଷ ବ୍ୟକ୍ତ କରିବା ସହ ପ୍ରଶାସନ ଏ ଦିଗରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସରକାରଙ୍କୁ ଅବଗତ କରାଇବା ପାଇଁ ନିବେଦନ କରିଛନ୍ତି।