ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପାରମ୍ପରିକ ଦେଶୀଧାନ ଦେଶ ବିଦେଶରେ ଏହାର ମହକ ଛୁଟୁଥିଲା । ବର୍ତ୍ତମାନ ଏହି  ପାରମ୍ପରିକ ବହୁ  ପ୍ରଜାତି ଦେଶୀଧାନ ଇତିହାସ ଗର୍ଭଗୃହକୁ ଚାଲିଯାଇ ଚାଷୀଙ୍କୁ ଅନ୍ନଦାତ୍ରୀ ଅଲବିଦା କହି ସାରିଲେଣି । ଦେଶ ବିଦେଶର ଧାନ ଗବେଷଣା କେନ୍ଦ୍ର ମାନଙ୍କରେ  ଜର୍ମ ପ୍ଲାଜମକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଚାଷୀଙ୍କ ଜମିରୁ ଉଭାନ ହୋଇ ସାରିଲେଣି । ଗତ ୨୦୦୪ ମସିହାରେ ୧୨୦ ଟି ଦେଶୀ ବିହନ ଥିବା ବେଳେ ୪୪ ଟି ଦେଶୀ କିସମ ଧାନ ବିଲୁପ୍ତ ହୋଇସାରିଥିଲେଣି । ଏହାର ସଂରକ୍ଷଣ ଓ ପ୍ରୋତ୍ସାହନ ଅଭାବ ଯୋଗୁଁ ଚାଷୀମାନେ ହାଇବ୍ରିଡ଼ ଧାନ ଚାଷ ମୁହାଁ ହୋଇ ସାରିଲେଣି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ୨୦୦୪ ମସିହାରେ ଓଡ଼ିଶା ସରକାରଙ୍କ ତରଫରୁ ଡିଏଫଆଇଡି ସହାୟତାରେ ଦେଶୀଧାନ ଚିହ୍ନଟ ନିମନ୍ତେ ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ଜିଲ୍ଲା ଗସ୍ତ କରି ଚାଷୀଙ୍କ ରିପୋର୍ଟକୁ ଆଧାର କରି ଅନୁଧ୍ୟାନ ରିପୋର୍ଟ ପ୍ରସ୍ତୁତ କରିଥିଲେ ।publive-image
Advertisment
ଏହି ଟିମରେ ନୂଆ ଦିଲ୍ଲୀର କୃଷି ବୈଜ୍ଞାନିକ ଡ଼ଃ ବିରେନ୍ଦ୍ର କୁମାର ଖଟାନା, ଏନଆରଆରଆଇର ପୂର୍ବ ନିର୍ଦେଶକ ଡ଼ଃ ଜିତେନ୍ଦ୍ର କୁମାଏ ରଏ ଓ ସହଭାଗୀ ବିକାଶ ଅଭିଯାନର ଅଧ୍ୟକ୍ଷ ଜଗଦୀଶ ପ୍ରଧାନଙ୍କ ନେତୃତ୍ୱରେ ଅନୁଧ୍ୟାନ କରି ୨୦୦୪ ମସିହା ଡିସେମ୍ବର ମାସରେ ଓଡିଶା ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ଏହି ୩ଟି ଜିଲ୍ଲା ଅନୁଧ୍ୟାନ ବେଳେ ଆମ୍ବଗୁଣ୍ଡି, ଅମ୍ବାଝୁଟା, ବଡ଼ଚେରେଗୁଡି, ବଢି଼ଆହୁସା, ଭାହାଲଗୋରି, ବାଲିହୁନା, ବେଲାଜୁନା, ଭଟାଖୁଲି, ବିରମଣି, ବିରିଫୁଲା, ଡେଙ୍ଗାବସେଇ, ଧାଙ୍ଗିରି ଖୁସା, ଗଏନ୍ଧି, ଗଜପତି, ଗଜେ, ଗେଲେଇକଣ୍ଠି, ଜେନଥା, ଗୋଛା ମେଢା, ହଳଦୀଗୁଣ୍ଡି, ହଂସପୁରୀ, ହୀରନ, ହୁନର, ଜୟଗୁଡି, ଜଳକେଲି, କଲାସୁ, କନ୍ୟାଶାରୀ, କରାଜି, କରଞ୍ଜ, କିରମାନି, ଲେକ୍ରିସୁଣ୍ଡା, ମହୁଲକାଞ୍ଚି, ମୂରଲୀଜାମ, ନେନାମ, ନୃପତିଭୋଗ, ପାଠି, ପିପଲବାସ, ପଟିରେ ଗୁଡି, ରୂପାବାଲି ପାଟି, ସାଲେଦାନ୍ତ, ସୁଆଛାତି, ସୁଗନ୍ଧି, ଠାକୁର ଭୋଗ, ଉତାଖୁଲିଖୁଲି ସମେତ ୪୪ଟି ପ୍ରଜାତିର ଦେଶୀ କିସମ ଧାନ ଏହି ୩ ଟି ଜିଲ୍ଲାରୁ ବିଲୁପ୍ତ ହୋଇ ସାରିଥିବା ଦର୍ଶାଇଛନ୍ତି ।
ସେହିଭଳି ଏହି ରିପୋର୍ଟରେ ଆମସାଧନା, ଆଶାମଚଡୁ, ବାହାଳି ସଂକରି, ବଲଦେହୀ ହୁଣ୍ଡାର, ବାଲି ହୁଣ୍ଡାର, ବର୍ଲି, ବଟା ବୋରେଇ, ବେନିଆ ସପାରି, ଭରାଲି, ଭଟା ଗଏନଦୀ, ଭଟା ଝିଲି, ଭଟା ଖଲ ଖଲି, ଭୋଗି, ଭୋଦୋ କାଁକ୍ରି, ଭୁଲାଉ ସଫର, ଭୁଲା ସପୁରୀ, ବିରାମଲି, ବିଟିସଂକ୍ରି, ବୁଲୁ ସଂକ୍ରା, ଚାଙ୍ଗରି,ଚେରେଗୁଡି, ଚିନାମାଲ, ଚିଙ୍ଗେର, ଚୁଡ଼ି, ଦହଲା, ଡ଼ରାମିବାଚି, ଦୁଆରା, ଡେଙ୍ଗବରେଇ, ଦେଶୀ ସଫାରି, ଧୋପ ବାସମତି , ଦୁବରାଜ, ଦୁମାବରି, ଡୁମେରଫୁଲି, ଫାରମଝୁଲି, ଗଞ୍ଜେଇ କାଲି, ଗନଜୋ, ଗେଲେଇକଣ୍ଠି, ଗୋରା, ହଳଦୀଶୋଭା, ହରିଶଙ୍କର, ହୁଣା, ହୁଣ୍ଡର, ଜଳଘଣ୍ଟା, ଝଲାକାକରି, ଝିଲି, ଜିରାଧାନ, ଜିରାବତୀ, କାଵରି ଚିହ୍ନା, କଦଳୀକେଣ୍ଡା, କାଳିଆ କର୍ନି, କାଳିକରଞ୍ଜ, କାଲିଖୁଜଲି, କଲକତି, କାଁକେରି, କରନି, କର୍ପୂରକ୍ରାନ୍ତ, କାର୍ତ୍ତିକକଲି, କଟାଚିରା, କଟକୀଝୁଲି, କେତୁରା, ଖାରି ବାହାଲ, ପୋସାମା, କୁଳିଆ,ବୋଏରବୁଟା, କୁମରମଣି, କୁରେସାର, କୁସୁମା, ଲହବର୍ପି, ଲାହାଦେଲ, ଲାହା ଗଏନଦୀ, ଲାଲ ଗୋରୀ, ଲଟିଆ, ଲକ୍ଷ୍ମୀ ଭୋଗ, ଲୁଚେ, ମାଗୁଧି, ମାଗୁରା, ମହିପାଲ, ମଳିଫୁଲିଆ, ମାଲ ପଥରି, ମୟୁର ଚୁଲିଆ, ମେଘବାଦଲ, ମେନକା, ମିରଚାମଞ୍ଜି, ମିରଚା ମତି, ମୁକ୍ତା ଝୁଲି, ମୁରିଲି ଦଣ୍ଡା, ମୁରିଦନା, ନଡିଆ କଟା, ନଡ଼ିଆ କୋରା, ନେଙ୍କା, ନୋମେଲ, ପୋରାଧାନ, ପୁଟି କାକରି, ପ୍ରେମଝୁଲି, ପୃଥ୍ୱୀରାଜ , ପୁଆଗି, ପୁଆନୀ ଧାନ, ପୁନେଇ, ରାଜା କୀର୍ଣ୍ଣି, ରାଜ ଗୁଇନ୍ଦି, ରାନୀ କାଜଲ, ରାନୀସର, ରାନୀ ସିଆଲି, ରତନ ଚୁଡ଼ି, ସଫାରି, ସାଲେଢେଣ୍ଟି, ଶଂକରା, ସଂକ୍ରରି ସପଟି, ସରକାରୀ, ସେଟକା, ସଂକରିବାଙ୍କକୋ, ସୋରିଷ ଫୁଲ, ସରିଆ, ସୁଇଲ, ସୁନାପଣି, ସୁରଡ଼ା, ତଲାସୀ ବାସ, ଥୁନସି ଗୁରମାଛି, ରମା କଲି, ଟିକରା, ଯୁବରାଜ, ଯୁବରା ଝୁଳି ସମେତ ୧୨୦ ପ୍ରଜାତିର ଦେଶୀଧାନ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବର୍ତ୍ତମାନ ଏଥି ମଧ୍ୟରୁ ପ୍ରାୟ ୪୦ ପ୍ରଜାତିର ଧାନ ଥିବା ବେଳେ ଅନ୍ୟ ପ୍ରଜାତିର ଧାନ ବିଲୁପ୍ତ ହେବାରେ ଲାଗିଛି ।
ଫିଲିଫାଇନ୍ସ ର ମାନିଲା ଠାରେ ଥିବା ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ ଓ କଟକର ବିଦ୍ୟାଧରପୁର ଠାରେ ଥିବା ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନରେ ଜର୍ମ ପ୍ଲାଜମ ରଖାଯାଇ ଜିନବ୍ୟାଙ୍କ ଦ୍ୱାରା ଏହି ବିଲୁପ୍ତ ଧାନ ଉପରେ ଗବେଷଣା ଚାଲିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡା ଜିଲ୍ଲାରେ ଏହାର ଗବେଷଣା ପାଇଁ ଭବାନୀପାଟଣା ଠାରେ ଧାନ ଗବେଷଣା କେନ୍ଦ୍ର ରହିଛି । କିନ୍ତୁ ଏଠାରେ ନୂତନ ପ୍ରଜାତିର ହାଇବ୍ରିଡ଼ ଧାନ ଗବେଷଣା ଚାଲୁଛି । ବିଲୁପ୍ତ ଧାନମାନଙ୍କ ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ ପରମ୍ପରା ଗତ କୃଷି ବିକାଶ ଯୋଜନାରେ ଅର୍ଥ ବରାଦ କରୁଥିଲେ ମଧ୍ୟ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ରାଜ୍ୟ ସରକାର ଏନେଇ ହସ୍ତକ୍ଷେପ କରି ଦେଶୀ ଧାନ ସଂରକ୍ଷଣ ଓ ପ୍ରୋତ୍ସାହନକୁ ଦୃଷ୍ଟି ଦେବାକୁ ଚାଷୀ ମହଳରେ ଦାବୀ ହୋଇଛି ।