ଧାର ଟଙ୍କା ମାଗିବାରୁ ଗର୍ଭବତୀଙ୍କୁ ମାଡ଼!

ନୀଳଗିରି: ଧାର ଟଙ୍କା ମାଗିବାରୁ ଗର୍ଭବତୀଙ୍କୁ ମାଡ଼ ହୋଇଥିବା ଜଣାପଡ଼ିଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍‌ ଚିନ୍ତାମଣିପୁର ଗ୍ରାମରେ। କାହ୍ନୁଚରଣ ବେହେରାଙ୍କ ପତ୍ନୀ ସଂଘମିତ୍ରା ବେହେରା ୮ ବର୍ଷ ତଳେ ଗ୍ରାମର କୈଳାସ ଦାସଙ୍କ ପୁଅ ମନୋଜ ଦାସଙ୍କୁ ଧାର ଆକାରରେ ୧୦,୦୦୦ ଟଙ୍କା ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ମନୋଜ ଧାର ଟଙ୍କା ଫେରାଇ ନ ଥିଲେ। ଫଳରେ ସଂଘମିତ୍ରା ତାଙ୍କୁ ଟଙ୍କା ଫେରାଇବାକୁ ବାରମ୍ବାର କହି ଆସୁଥିଲେ।

ହେଲେ ମନୋଜ ଟଙ୍କା ନ ପେରାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିଲେ। ଯାହାଦ୍ବାରା ସଂଘମିତ୍ରା ଈଶ୍ୱରପୁର ଫାଣ୍ଡିରେ ମନୋଜଙ୍କ ନାମରେ ଏତଲା ଦେଇଥିଲେ। ହେଲେ ପୁଲିସ ଏନେଇ କିଛି ପଦକ୍ଷେପ ନେଇ ନ ଥିଲା। ସଂଘମିତ୍ରା ଏବେ ୬ ମାସର ଗର୍ଭବତୀ ଥିବା ବେଳେ ତାଙ୍କର ଟଙ୍କାର ଆବଶ୍ୟକ ପଡ଼ିଥିଲା। ଫଳରେ ସେ ମନୋଜଙ୍କୁ ପୁଣି ଟଙ୍କା ମାଗିଥିଲେ। ଟଙ୍କା ମାଗିବାରୁ ମନୋଜ ଓ ତାଙ୍କ ପତ୍ନୀ ମିଶି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର