ହାଇଟେକ ସଂପତ୍ତି ବାଜ୍ୟାପ୍ତି ମାମଲା, ତଦନ୍ତକାରୀ ଅଧିକାରୀଙ୍କ ସାକ୍ଷ୍ୟ ଗ୍ରହଣ

କଟକ : ହାଇଟେକ ଗ୍ରପର ସଂପତ୍ତି ବାଜ୍ୟାପ୍ତି ମାମଲାରେ କଟକ ସ୍ବତନ୍ତ୍ର ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ ହୋଇଛି। ମାମଲାର ତଦନ୍ତକାରୀ ଅଧିକାରୀ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଅତିରିକ୍ତ ଏସପି ଜ୍ଞାନ ମହାନ୍ତି ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଏଥି ସହିତ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ବିଭିନ୍ନ ନଥିପତ୍ର ସେ ଚିହ୍ନଟ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ମାମଲା ପରିଚାଳନା କରୁଛନ୍ତି। ପ୍ରକାଶ ଯେ ହାଇଟେକ୍ ମାମଲାରେ ସୁପ୍ରିମକୋର୍ଟରେ ୬୩.୫୫କୋଟି ସଂସ୍ଥା ପକ୍ଷରୁ ଜମା କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଟଙ୍କା ଟଙ୍କା ସ୍ୱତନ୍ତ୍ର କୋର୍ଟକୁ ଟ୍ରାନ୍ସଫର ହୋଇ ଆସିଥିଲା। ଏହା ପରେ ଓପିଆଇଡି ଆଇନ ବଳରେ ପ୍ରାଧିକୃତ ଅଧିକାରୀ ହାଇଟେକର ସଂପତ୍ତି ବାଜ୍ୟାପ୍ତି ପାଇଁ ସ୍ବତନ୍ତ୍ର ଅଦାଲତରେ ଆବେଦନ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ସ୍ୱତନ୍ତ୍ର ଅଦାଲତରେ ଗତ ଡିସେମ୍ବର ୧୯ରେ ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରାଧିକୃତ ଅଧିକାରୀ ରଘୁରାମ ଆର ଆୟାର ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର