ବ୍ରହ୍ମପୁର: ସଚେତନତା ମାଧ୍ୟମରେ ଏଡ଼୍ସ ରୋଗ ଜିଲ୍ଲାରୁ ମୂଳତ୍ପାଟନ ସମ୍ଭବ। ତୃଣମୂଳସ୍ତରରେ ସ୍ବାସ୍ଥ୍ୟସେବାକୁ ପ୍ରାଧାନ୍ୟ ଦେଇ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରି ଚିକିତ୍ସା ସେବା ଯୋଗାଇ ଦେବାକୁ ସରକାର ଯୋଜନା କରିଛନ୍ତି। ଏହି ସଂକ୍ରମଣକୁ ରୋକିବାରେ ଗଞ୍ଜାମଜିଲ୍ଲା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଜି ସ୍ଥାନୀୟ ଏମ୍କେସିଜି ପ୍ରେକ୍ଷାଳୟ ଠାରେ ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି।
କେନ୍ଦ୍ର ସରକାରଙ୍କ ପ୍ରାୟୋଜିତ ‘ଏଚ୍ଆଇଭି / ଏଡ଼୍ସ ଓ ଯୌନ ସଂକ୍ରମଣ ନିରାକରଣ’ ପାଇଁ ରାଜ୍ୟସ୍ତରୀୟ ସ୍ୱତନ୍ତ୍ର ଅଭିଯାନର ଶୁଭାରମ୍ଭ ଅବସରରେ ମନ୍ତ୍ରୀ ଡା. ମହାଲିଙ୍ଗ ଯୁବବର୍ଗଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ସଶକ୍ତୀକରଣକୁ ପ୍ରାଥମିକତା ଦେଇ ଏହି ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା କହିଥିଲେ। ଏହି କାର୍ଯ୍ୟକ୍ରମ ଅଗଷ୍ଟ ୧୨ରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ପର୍ଯ୍ୟନ୍ତ ଜାରି ରହିବ। ତୃଣମୂଳସ୍ତରରେ ଏଚ୍.ଆଇ.ଭି ସମ୍ପର୍କିତ ସଚେତନତାକୁ ବ୍ୟାପକ କରାଯିବ। ଫଳରେ ମୁଖ୍ୟମନ୍ତ୍ରୀଙ୍କ ସୁସ୍ଥ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ସହ ଯୁବବର୍ଗଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରିବାର ସ୍ୱପ୍ନ ପୂରଣ ହେବାରେ ସହାୟକ ହେବ। ଆଗାମୀ ଦିନରେ ବ୍ରହ୍ମପୁରରେ ଡେଣ୍ଟାଲ କଲେଜ ସ୍ଥାପନ ହେବ ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି।
ସଂକ୍ରମଣ ରୋକିବାରେ ଗଞ୍ଜାମ ପ୍ରମୁଖ ଭୂମିକା ଗ୍ରହଣ କରିବ: ସ୍ବାସ୍ଥ୍ୟମନ୍ତ୍ରୀ
ବ୍ରହ୍ମପୁରରେ ସ୍ଥାପନ ହେବ ଡେଣ୍ଟାଲ୍ କଲେଜ
ଆକ୍ରାନ୍ତଙ୍କୁ ଘୃଣା ନକରି ସେମାନଙ୍କୁ ବଞ୍ଚିବାର ବିଶ୍ବାସ ଓ ଭରସା ଦେଇ ଉତ୍ସାହିତ କରିବାକୁ ଅନୁରୋଧ କରିବା ସହ ଲୋକଙ୍କୁ ଅଧିକରୁ ଅଧିକ ସଚେତନ କରାଇବା ପାଇଁ ଯୁବବର୍ଗଙ୍କୁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ କେ. ଅନୀଲ କୁମାର, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ମିଳିତ ଉଦ୍ୟମରେ ଏଡ୍ସ ଦୂରୀକରଣ ସମ୍ଭବ ବୋଲି ପ୍ରକାଶ କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ ବାଦପଲ୍ଲୀ ପଞ୍ଚାୟତକୁ ଆଦର୍ଶ ଗ୍ରାମ ପଞ୍ଚାୟତ ରୂପେ ଘୋଷଣା କରାଯାଇଥିବା କହିଥିଲେ। ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସୁଶାନ୍ତ କୁମାର ନାୟକ, ଏମ୍କେସିଜି ମେଡିକାଲ କଲେଜର ଅଧ୍ୟକ୍ଷା ପ୍ରଫେସର ଡା.ସୁଚିତ୍ରା ଦାଶ ଓ ଅଧୀକ୍ଷକ ପ୍ରଫେସର ଡା. ଦୁର୍ଗାମାଧବ ଶତପଥୀ, ଓସାକ୍ସର ପ୍ରକଳ୍ପ ନିର୍ଦ୍ଦେଶକ ଡା. ସୁଶାନ୍ତ କୁମାର ସ୍ବାଇଁ ପ୍ରମୁଖ ମଞ୍ଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/13/dgadgadgd-2025-08-13-03-17-11.jpg)