ରାୟଗଡ଼ା: ମେଟାଲ୍ ବୋଝେଇ ହାଇୱା ସହ ଏକ ବୁଲେଟ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ୍ଯୁବରଣ କରିଥିବା ବେଳେ ଅନ୍ଯ ଜଣେ ଗୁରୁତର ଭାବେ ଆହତ ହୋଇ ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମୃତ ବାଇକ୍ ଆରୋହୀ ଜଣକ ହେଲେ ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳର ବିଶ୍ବାଳ ତାଣ୍ଡି ।  

Advertisment

ଦୁର୍ଘଟଣା ରାୟଗଡା ଥାନା ଅନ୍ତର୍ଗତ ଜପାଖାଲ ନିକଟରେ ଘଟିଛି। ଗୁରୁବାର ମଧ୍ୟାହ୍ନ ସମୟରେ ମୃତ ବିଶ୍ବାଳ ତାଣ୍ଡି ଓ ତାଙ୍କ ସମ୍ପର୍କୀୟ ଅକ୍ଷୟ ସିମିଲି ରାୟଗଡ଼ାରୁ ଟିକିରି ଅଭିମୁଖେ ଯାଉଥିବା ବେଳେ ସାମ୍ନା ପଟୁ ଆସୁଥିବା ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ଘଟଣା ସ୍ଥଳରେ ବିଶ୍ବାଳ ମୃତ୍ଯୁବରଣ କରିଥିଲେ। ପରେ ସ୍ଥାନୀୟ ଲୋକେ ଗୁରୁତର ଅକ୍ଷୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ଯଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ବର୍ତ୍ତମାନ ଅକ୍ଷୟଙ୍କ ଅବସ୍ଥା ଗୁରୁତର ରହିଛି।  ରାୟଗଡ଼ା ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି।

Rayagada | Accident