ରାଇରଙ୍ଗପୁର: ଆଦିବାସୀ ହୋ ସମାଜ ମହାସଭାର ପ୍ରତିନିଧି ମଣ୍ଡଳୀ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ରାଷ୍ଟ୍ରହିତରେ ହୋ ଭାଷା ଏବଂ ଏହାର ଲିପି ୱାରାଂଚିତିକୁ କେନ୍ଦ୍ର ସରକାର ସାମ୍ବିଧାନିକ ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି। ହୋ ମହାସଭାର କେନ୍ଦ୍ରୀୟ ସଭାପତି କ୍ରିଷ୍ଣଚନ୍ଦ୍ର ବଦ୍ରାଙ୍କ ନେତୃତ୍ୱରେ କେନ୍ଦ୍ରୀୟ ମହାସଚିବ ତିରିଲ୍ ତିରିଆ, ଓଡ଼ିଶା ରାଜ୍ୟ ଆବାହକ ମନୋରଞ୍ଜନ ତିରିଆ, ବିର୍ସା କଣ୍ଡାଂକେଲ, ପୁରୁଷୋତ୍ତମ ଗାଗରାଇ, ବୁଧୁଲାଲ୍ କୁଳୁ ପ୍ରମୁଖ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ନୂଆଦିଲ୍ଲୀରେ ସୌଜନ୍ୟମୂଳକ ସାକ୍ଷାତ କରିବା ସହିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ହୋ ଭାଷାର ଲିପି ଏକ ପ୍ରାଚୀନ ଲିପି ଯାହାକି ଭାରତ ବର୍ଷର ଅତୀତ ଗୌରବମୟ ଗାରିମାକୁ ପୁଣି ସ୍ମରଣ କରିବାରେ ସହାୟକ ହୋଇ ପାରିବ।

Advertisment

କିମ୍ବଦନ୍ତୀ ଅନୁସାରେ ଖ୍ରୀଷ୍ଟପୂର୍ବ ୬ ହଜାର ବର୍ଷ ପୂବେ ର୍ପ୍ରାକ୍ ବୈଦିକ କାଳରେ ଧନ୍ୱନ୍ତରୀ (ଦେୱାଁନ୍ତରୀ) ନାମକ ପୁସ୍ତକ ଏହି ଲିପିରେ ରଚନା କରାଯାଇଥିଲା। ଏହି କାଳର ଅନୁମାନର ମହେଞ୍ଜୋଦାରୋ (ମେଞ୍ଜୋ ଦାଳୋ) ସଭ୍ୟତା ପୂର୍ବର ପ୍ରାକ୍ବୈଦିକ କାଳ ଥିଲା। ଏହାର ପ୍ରାଚୀନତା ଅଗସ୍ତୀ ଋଷିଙ୍କର ବିନ୍ଧ୍ୟାଞ୍ଚଳ ପର୍ବତ ପାରି କରି କେତେ ହଜାର ବର୍ଷ ପୂର୍ବରୁ ଜମ୍ବୁଡ଼ିପାରେ ଟୁଆର୍ କାସାରା କୋଳାଙ୍କର ଅବତାର ହୋଇଥିଲା, ଯାହା କି ପ୍ରାଚୀନ ଭାରତୀୟ ସଭ୍ୟତାର ମୂଳ ଆଧାର ଏବଂ ଭାଷା ବିଜ୍ଞାନୀଙ୍କ ଦୃଷ୍ଟିକୋଣରୁ ଏହା ଆଗ୍ନେୟ ପରିବାରର ଅନ୍ତର୍ଗତ। ଯାହା ପ୍ରାଚୀନ ଭାରତ ସମୃଦ୍ଧ ସାହିତ୍ୟର ଦର୍ଶନ କରାଉ ଅଛି। ଏହି ଦୃଷ୍ଟିକୋଣରୁ ହୋ ଭାଷା ଏବଂ ୱାରାଂଚିତି ଲିପିକୁ କେନ୍ଦ୍ର ସରକାର ରାଷ୍ଟ୍ରହିତରେ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ କରିବା ଦରକାର। ପ୍ରାଚୀନ ଐତିହାସିକ ସ୍ଥଳଗୁଡ଼ିକରୁ ଖନନ ବେଳେ ମିଳିଥିବା ଲିପିକୁ ପଢ଼ିବାରେ ସହାୟକ ହୋଇ ପାରନ୍ତା। ଏହାର ଶ୍ରେୟ ସମଗ୍ର ଭାରତ ବର୍ଷକୁ ମିଳି ପାରିବ ବୋଲି ହୋ ସମାଜର ପ୍ରତିନିଧି ଦଳ ରାଷ୍ଟ୍ରପତିଙ୍କ ନିକଟରେ ଆଶା ବ୍ୟକ୍ତ କରିଛନ୍ତି।